ଆୟକର ବିଲ୍‌କୁ ନେଇ ଉଠିଲା ବିବାଦ, ଆଉ ସୁରକ୍ଷିତ ରହିବ ନାହିଁ କରଦାତାଙ୍କ ବ୍ୟକ୍ତିଗତ ତଥ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଆୟକରଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଆଉ ସୁରକ୍ଷିତ ରହିବ ନାହିଁ। ଆୟକର ଅଧିକାରୀ ଚାହିଁଲେ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍‌, ବ୍ୟାଙ୍କ ଆକାଉଣ୍ଟ, ଅନଲାଇନ୍ ଇନଭେଷ୍ଟମେଣ୍ଟ ଆକାଉଣ୍ଟ୍‌ସ ଏବଂ ଏପରିକି ଟ୍ରେଡିଂ ଆକାଉଣ୍ଟ୍‌ସ ମଧ୍ୟ ଦେଖିପାରିବେ। ଏଥିପାଇଁ କୌଣସି ସୂଚନା ବା ଅଭିଯୋଗର ଆବଶ୍ୟକତା ନାହିଁ; କେବଳ ସନ୍ଦେହ ହେଲେ ଯଥେଷ୍ଟ। ଗତମାସ ଲୋକସଭାରେ ସରକାର ଆଗତ କରିଥିବା ଆୟକର ବିଲ୍‌ରେ ଏଭଳି ବ୍ୟବସ୍ଥା ରହିଛି। ଆୟକର ଅଧିକାରୀ ଚାହିଁଲେ ଆୟକରଦାତାଙ୍କ ଘର କବାଟ ଭାଙ୍ଗି […]

ନୂଆଦିଲ୍ଲୀ: ଆୟକରଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଆଉ ସୁରକ୍ଷିତ ରହିବ ନାହିଁ। ଆୟକର ଅଧିକାରୀ ଚାହିଁଲେ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍‌, ବ୍ୟାଙ୍କ ଆକାଉଣ୍ଟ, ଅନଲାଇନ୍ ଇନଭେଷ୍ଟମେଣ୍ଟ ଆକାଉଣ୍ଟ୍‌ସ ଏବଂ ଏପରିକି ଟ୍ରେଡିଂ ଆକାଉଣ୍ଟ୍‌ସ ମଧ୍ୟ ଦେଖିପାରିବେ। ଏଥିପାଇଁ କୌଣସି ସୂଚନା ବା ଅଭିଯୋଗର ଆବଶ୍ୟକତା ନାହିଁ; କେବଳ ସନ୍ଦେହ ହେଲେ ଯଥେଷ୍ଟ। ଗତମାସ ଲୋକସଭାରେ ସରକାର ଆଗତ କରିଥିବା ଆୟକର ବିଲ୍‌ରେ ଏଭଳି ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଆୟକର ଅଧିକାରୀ ଚାହିଁଲେ ଆୟକରଦାତାଙ୍କ ଘର କବାଟ ଭାଙ୍ଗି ପଶିପାରିବେ। ସେମାନେ ବାକ୍ସ, ଲକର, ସେଫ୍‌ ଓ ଆଲମିରା ମଧ୍ୟ ଭାଙ୍ଗିପାରିବେ। ଲୋକସଭାରେ ଆଗତ ଆୟକର ବିଲର ୨୪୭ ଧାରାରେ ଆୟକର ଅଧିକାରୀମାନଙ୍କୁ ଏଭଳି ଅଖଣ୍ଡ କ୍ଷମତା ଦିଆଯାଇଛି। କେବଳ ସନ୍ଦେହ ହେଲେ ସେମାନେ ଯେକୌଣସି ସ୍ଥାନ ହେଉ କି ଘର ସେଠାରେ ପଶି ଛାନଭିନ୍ କରିପାରିବେ। କଂପ୍ୟୁଟର/ଲ୍ୟାପଟପ୍ ଖୋଲି ଛାନଭିନ୍ କରିପାରିବେ। ଜଣେ ବ୍ୟକ୍ତି କାହା ସହିତ ବ୍ୟକ୍ତିଗତ କଥା ହୋଇଥିଲେ, ସେସଂକ୍ରାନ୍ତ ତଥ୍ୟ ମଧ୍ୟ ଅଧିକାରୀ ହାସଲ କରିପାରିବେ। ଆୟକର ଦାଖଲର ସରଳୀକରଣ ନାମରେ ନୂଆ ବିଲ୍‌ରେ କରାଯାଇଥିବା ଏହିସବୁ ବ୍ୟବସ୍ଥା ନେଇ ଘୋର ଆପତ୍ତି ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏନ୍‌ଡିଏ ସରକାର ପ୍ରଥମେ ପେଗାସସ୍ ଜରିଆରେ ଆମ ଉପରେ ଗୁଇନ୍ଦା ନଜର ରଖିଲେ, ଏବେ ସେମାନେ ଆମର ବ୍ୟକ୍ତିଗତ ଅଧିକାରକୁ ମଧ୍ୟ ନେଇଯିବାକୁ ବସିଲେଣି। ଆମର ଡିଜିଟାଲ ଜୀବନ ମଧ୍ୟ ଆଉ ସୁରକ୍ଷତ ନୁହେଁ। ଚଢ଼ଉ କି ଖାନତଲାସି ପାଇଁ କୌଣସି ନୋଟିସ ବା ୱାରାଣ୍ଟ ଦରକାର ନାହିଁ। ଆପଣ ଟିକସ ଫାଙ୍କୁଛନ୍ତି ବୋଲି ଆୟକର ଅଧିକାରୀ କେବଳ ସନ୍ଦେହ ଆଧାରରେ ଆପଣଙ୍କର ବ୍ୟକ୍ତିଗତ ଅଧିକାରକୁ ଛଡ଼ାଇନେବେ। ଏହାର ସମସ୍ତେ ବିରୋଧ କରିବା ଉଚିତ। ଅନେକ ସଂଗଠନ କହିଛନ୍ତି ଯେ ଏହି ବିଲ୍ ଗୋପନୀୟତା ରକ୍ଷା ପାଇଁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାରର ଏହା ଉଲ୍ଳଂଘନ କରୁଛି।
ସୂଚନାଯୋଗ୍ୟ ଯେ ଏହି ବିଲ ଆଗତ ହେବାପରେ ଲୋକସଭା ବାଚସ୍ପତି ଏହା ଉପରେ ଅଧିକ ଆଲୋଚନା ପାଇଁ ୩୧ ଜଣିଆ ସିଲେକ୍ଟ କମିଟିକୁ ପଠାଇଛନ୍ତି।

07 Mar 2025 By The Sakala

https://www.thesakala.in/big-news/income-tax-bill-taxpayers-personal-data-will-no-longer-remain-secure/article-39184
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp