କ୍ରିପ୍ଟୋ ବଜାରରେ ଝଡ଼: ଅଧା ହୋଇଗଲା ବିଟ୍‌କଏନ୍ ମୂଲ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ସପ୍ତାହର ପ୍ରାରମ୍ଭ ଷ୍ଟକ୍‌ ବଜାର ଭଳି ବିଶ୍ବର କ୍ରିପ୍ଟୋ ବଜାର ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଫଳ ସ୍ବରୂପ କ୍ରିପ୍ଟୋ ମୂଲ୍ୟରେ ବ୍ୟାପକ ହ୍ରାସ ସହ ଦେଖିବାକୁ ମିଳିଛି ବଡ଼ ଝଡ଼। ପରିସ୍ଥିତି ଏମିତି ହୋଇଛି ଶ୍ରେଷ୍ଠ କ୍ରିପ୍ଟୋ ମୁଦ୍ରା କୁହାଯାଉଥିବା ବିଟ୍‌ କଏନ୍‌ ମୂଲ୍ୟ ଅଧାରୁ କମ୍ ହୋଇଯାଇଛି। ଏପରିକି ବିଶ୍ବର ଟପ୍ ୧୦ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ବିଟ୍‌ କଏନ୍‌ ମୂଲ୍ୟରେ ହ୍ରାସ ଯୋଗୁ ଏହି […]

ନୂଆଦିଲ୍ଲୀ: ଚଳିତ ସପ୍ତାହର ପ୍ରାରମ୍ଭ ଷ୍ଟକ୍‌ ବଜାର ଭଳି ବିଶ୍ବର କ୍ରିପ୍ଟୋ ବଜାର ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଫଳ ସ୍ବରୂପ କ୍ରିପ୍ଟୋ ମୂଲ୍ୟରେ ବ୍ୟାପକ ହ୍ରାସ ସହ ଦେଖିବାକୁ ମିଳିଛି ବଡ଼ ଝଡ଼। ପରିସ୍ଥିତି ଏମିତି ହୋଇଛି ଶ୍ରେଷ୍ଠ କ୍ରିପ୍ଟୋ ମୁଦ୍ରା କୁହାଯାଉଥିବା ବିଟ୍‌ କଏନ୍‌ ମୂଲ୍ୟ ଅଧାରୁ କମ୍ ହୋଇଯାଇଛି। ଏପରିକି ବିଶ୍ବର ଟପ୍ ୧୦ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ବିଟ୍‌ କଏନ୍‌ ମୂଲ୍ୟରେ ହ୍ରାସ ଯୋଗୁ ଏହି ଏହି କ୍ରିପ୍ଟୋ ମୁଦ୍ରା ମୂଲ୍ୟ ୨୬ ଲକ୍ଷ ଟଙ୍କାକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ହ୍ରାସରୁ ବାଦ୍‌ ପଡିନି ଇଥେରିୟମ୍ ସହିତ ଅନ୍ୟ କ୍ରିପ୍ଟୋକରେନ୍ସି। ସୋମବାର ଦିନ ବିଶ୍ବର ଅଧିକାଂଶ ବୃହତ୍‌ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି ମୂଲ୍ୟ ଏତେ ଦ୍ରୁତ ଭାବରେ ହ୍ରାସ ପାଇଛି ଯେ ଏହାର ମୂଲ୍ୟ ସର୍ବକାଳୀନ ରେକର୍ଡ ଭାବେ ଅଧାରୁ କମ୍ ହୋଇଯାଇଛି। ଏହା ବ୍ୟତୀତ ଇଥେରିୟମ୍, ବିନାନ୍ସ, ଆଭାଲାଞ୍ଚ, ପୋଲକାଡୋଟ ସହିତ ପ୍ରାୟ ସମସ୍ତ କ୍ରିପ୍ଟୋକରେନ୍ସିର ମୂଲ୍ୟ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଆଜି ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ମୂଲ୍ୟ ୫.୩୫ ପ୍ରତିଶତ ହ୍ରାସ ପାଇଛି। ଏହାର ମୂଲ୍ୟ ୧,୫୧,୫୮୯ ଟଙ୍କାରୁ ୨୬,୮୬,୯୫୭ ଟଙ୍କାକୁ ହ୍ରାସ ପାଇଛି। ଗତ ବର୍ଷ ନଭେମ୍ବର ୨୦୨୧ରେ, ବିଟ୍‌ କଏନ୍ ଏହାର ସର୍ବକାଳୀନ ଉଚ୍ଚ ସ୍ତର ୬୮୦୦୦ ଡଲାର ଛୁଇଁଥିଲା, କିନ୍ତୁ ପରେ ଏଥିରେ ହ୍ରାସ ହୋଇଥିଲା। ଏଡାଛଡା ଗତ ୨୪ ଘଣ୍ଟା ମଧ୍ୟରେ ଇଥେରିୟମ୍ ମୂଲ୍ୟରେ ୭.୧୧ ପ୍ରତିଶତ ହ୍ରାସ କିମ୍ବା ୧୪,୯୨୪ ଟଙ୍କା ହ୍ରାସ ପାଇ ୧୯,୫୦୪୬ ଟଙ୍କା ହୋଇଛି। ଶିବା-ପୋଲକାଡୋଟ ସମେତ କାର୍ଡାନୋ, ଜିବିନୁ ଏବଂ ପୋଲକାଡଟ୍ କ୍ରିପ୍ଟୋ ବଜାରରେ ବୃହତ୍‌ ହ୍ରାସର ଶିକାର ହୋଇ ସେମାନଙ୍କ ନିବେଶକଙ୍କ ପାଇଁ ସର୍ବାଧିକ କ୍ଷତି ଘଟାଇଛନ୍ତି। ଶିବା ଇନୁ ମୂଲ୍ୟରେ ୧୨.୭୭ ପ୍ରତିଶତ ହ୍ରାସ ଘଟି ଏହାର ମୂଲ୍ୟ ୦.୦୦୦୧୯୮ରୁ ୦.୦୦୧୩୫୨କୁ ହ୍ରାସ ପାଇଛି। ଏହା ବ୍ୟତୀତ କାର୍ଡାନୋ ୧୧.୨୩ ପ୍ରତିଶତ କିମ୍ବା ୬.୮୮ ଟଙ୍କା ହ୍ରାସ ପାଇଛି ଏବଂ ଏହାର ମୂଲ୍ୟ ୫୪.୨୪ ଟଙ୍କା ରହିଛି। ତେବେ ପୋଲକାଡୋଟ ମୂଲ୍ୟ ୧୧.୬୯ ପ୍ରତିଶତ କିମ୍ବା ୧୩୦ ଟଙ୍କା ହ୍ରାସ ପାଇ ୯୮୧.୩୨ ଟଙ୍କାକୁ ଖସିଆସିଛି। ଅନ୍ୟପକ୍ଷରେ ସୋଲାନା ୯.୪୮ ପ୍ରତିଶତ, ରିପଲ୍ ୭.୧୭ ପ୍ରତିଶତ, ଡୋଜ୍ କଏନ୍ ୭.୪୧ ପ୍ରତିଶତ ଏବଂ ଟେରା ମଊଳ୍ୟରେ ୫.୫୭ ପ୍ରତିଶତ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର