୭୯ ବର୍ଷ ବୟସରେ ପାଦ ଥାପିଲେ ବିଗ୍ ବି’ ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ବଲିଉଡର ‘ଶେହେନ୍ସା’ ତଥା ବିଗ ବି’ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନ ଆଜି ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କର ଘନିଷ୍ଠ ତଥା ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ଜନ୍ମ ଦିନର  ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ତାଙ୍କ ପ୍ରଶଂସକ ମଧ୍ୟ ଘର ବାହାରେ ଏକାଠି ହୋଇଛନ୍ତି। […]

ମୁମ୍ବାଇ: ଆଜି ବଲିଉଡର ‘ଶେହେନ୍ସା’ ତଥା ବିଗ ବି’ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନ ଆଜି ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କର ଘନିଷ୍ଠ ତଥା ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ଜନ୍ମ ଦିନର  ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ତାଙ୍କ ପ୍ରଶଂସକ ମଧ୍ୟ ଘର ବାହାରେ ଏକାଠି ହୋଇଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି।


ଅମିତାଭ ବଚ୍ଚନ ମଧ୍ୟ ନିଜ ଅନ୍ଦାଜରେ ଟ୍ୱିଟରରେ ଏକ ମଜାଦାର ପୋଷ୍ଟ କରିଛନ୍ତି। ଏହି ଫଟୋ ସହିତ ସେ ଲେଖିଛନ୍ତି, ଯେବେ ସାଠ (୬୦) ସେବେ ପାଠ, ଯେବେ ଅଶୀ (୮୦) ସେବେ ଲସି। ଏହି ଫଟୋରେ ଲେଖା ହୋଇଛି ସେ ୮୦ ବର୍ଷ ବୟସରେ ପହଞ୍ଚିଛନ୍ତି। ହେଲେ ଏହି ପୋଷ୍ଟର କମେଣ୍ଟ ସେକ୍ସନରେ ବିଗ୍ ବିଙ୍କ ଝିଅ ସଂଶୋଧନ କରି ୭୯ ଲେଖିଛନ୍ତି।

ପ୍ରସିଦ୍ଧ ହିନ୍ଦୀ କବି ହରିବଂଶରାୟ ବଚ୍ଚନ ଓ ମା ତେଜି ବଚ୍ଚନଙ୍କ ବଡ଼ ପୁଅ ଭାବେ ୧୯୪୨ ମସିହାରେ ଆହ୍ଲାବାଦରେ ଜନ୍ମ ନେଇଥିଲେ ଇନକଲାବ୍ ଶ୍ରୀବାସ୍ତବ ତଥା ଆଜିର ଅମିତାଭ୍ ବଚ୍ଚନ । ୧୯୬୯ରେ ପ୍ରଥମେ ମୃଣାଳ ସେନ୍‌ଙ୍କ ‘ଭୁବନ ସୋମ୍‌’ରେ କଣ୍ଠଦାନ ପରେ, ସେହି ବର୍ଷ ‘ସାତ୍ ହିନ୍ଦୁସ୍ତାନୀ’ରେ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ତେବେ ୧୯୭୩ରେ ‘ଜଞ୍ଜିର’ ଫିଲ୍ମ ତାଙ୍କୁ ଦେଇଥିଲା ଅଭୁତପୂର୍ବ ଲୋକପ୍ରିୟତା । ସେବେଠୁ ଦୀର୍ଘ ୫୦ ବର୍ଷର କ୍ୟାରିୟର୍, ୧୯୦ରୁ ଅଧିକ ଫିଲ୍ମ ତା ଭିତରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସହ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ମିଳିଛି ଅଜସ୍ର ସମ୍ମାନ ଓ ପ୍ରଶଂସା। ୨୦୧୮ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାର ଅମିତାଭଙ୍କୁ ଆଣିଛି ସ୍ୱତନ୍ତ୍ର ପରିଚୟ । ଛୋଟ ପରଦାରେ କୌନ ବନେଗା କରୋଡ଼ପତିର ସଂଚାଳକ, ଜଣେ କବି ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ ବିଗ୍ ବିଙ୍କର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି ।

ସେହିପରି ବାଲୁକା କଳାରେ ବିଗ୍ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବିଗ୍ ବିଙ୍କ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଶିଳ୍ପୀ ସୁଦର୍ଶନ।

 

About The Author: The Sakala