ରାଜସ୍ଥାନରେ ଲୋମ ହର୍ଷଣ ଘଟଣା: ନାବାଳିକାକୁ ହତ୍ଯା ପରେ ବଳାତ୍କାର, ସମ୍ପୂର୍ଣ୍ଣ ଶରୀର କ୍ଷତବିକ୍ଷତ

The Sakala Picture
Published On

ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ। ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। […]

ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। ତିନି ଜଣ ବ୍ଯକ୍ତି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ସେମାନେ ଉକ୍ତ ନାବାଳିକାର ଗଳା କାଟି ହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଉକ୍ତ ନାବାଳିକାର ବ୍ୟକ୍ତିଗତ ଅଂଶରେ ୩୦ରୁ ଅଧିକ ଆଘାତ ଲାଗିଛି। ସମ୍ପୂର୍ଣ୍ଣ ଶରୀରେ କ୍ଷତବିକ୍ଷତ ଚିହ୍ନ ରହିଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି ଜଣାପଡିଛି ଯେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ପୂର୍ବରୁ ନାବାଳିକାକୁ ଓଢଣୀରେ ବାନ୍ଧି ରଖିଥିଲେ। ବୁନ୍ଦୀ ଏସପି ଜୟ ଯାଦବ କହିଛନ୍ତି: “ମୁଁ ମୋ ଜୀବନରେ ଏପରି ଭୟଙ୍କର ଘଟଣା କେବେ ଦେଖି ନାହିଁ। ବୁନ୍ଦୀ ବାର୍ ଆସୋସିଏସନର ସଦସ୍ୟମାନେ ମଧ୍ୟ କୋର୍ଟରେ ଅଭିଯୁକ୍ତଙ୍କୁ ରକ୍ଷା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ”

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର