ଇରାନ-ଆମେରିକା ଯୁଦ୍ଧ: ହର୍ମୁଜ ପ୍ରଣାଳୀରେ ମାଇନ୍ସ ସହ ଧକ୍କା ହେଲା ସୁପରଟ୍ୟାଙ୍କର, ଲାଗିଲା ଭୟାବହ ନିଆଁ

Suryakanta Picture
Published On

ଇରାନ ଓ ଆମେରିକା ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ଅଧିକ ଭୟାବହ ରୂପ ନେବାରେ ଲାଗିଛି। ସୋମବାର ଦିନ ଦକ୍ଷିଣ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଏକ ବିଶାଳ ସୁପରଟ୍ୟାଙ୍କର ଦୁଇଟି ନୌସେନା ମାଇନ୍ସ ସହ ଧକ୍କା ହେବା ଫଳରେ ସେଥିରେ ଭୟାବହ ନିଆଁ ଲାଗିଯାଇଛି। ଫଳରେ ଜାହାଜଟିର ଗତିପଥ ସମ୍ପୂର୍ଣ୍ଣ ରୂପେ ଅଟକି ଯାଇଛି। ଇରାନର ରାଷ୍ଟ୍ରୀୟ ଟେଲିଭିଜନ ଏବଂ ରିଭୋଲ୍ୟୁସନାରୀ ଗାର୍ଡସଙ୍କ ବୟାନକୁ ଭିତ୍ତି କରି ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଇରାନର ରିଭୋଲ୍ୟୁସନାରୀ ଗାର୍ଡସଙ୍କ ଚେତାବନୀ

ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଦାବି କରିଛନ୍ତି ଯେ, ଉକ୍ତ ସୁପରଟ୍ୟାଙ୍କରଟି ବେଆଇନ ଭାବେ ଏହି ଜଳପଥ ଦେଇ ଯିବାକୁ ପ୍ରୟାସ କରୁଥିଲା। ତେବେ ଜାହାଜଟିର ପରିଚୟ କିମ୍ବା ଏଥିରେ ଥିବା କର୍ମଚାରୀମାନଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହା ସହିତ ଆଇଆରଜିସି (IRGC) ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ଇରାନର ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଅନ୍ୟ ଯେକୌଣସି ଜାହାଜକୁ ମଧ୍ୟ ସମାନ ପରିଣତି ଭୋଗିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ଆମେରିକା ଓ ଇରାନ ମଧ୍ୟରେ ଜୋରଦାର ଆକ୍ରମଣ

ମାଇନ୍ସ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଗତ ରବିବାର ଦିନ ଆମେରିକା ସେନା ହର୍ମୁଜ ପ୍ରଣାଳୀରେ ଥିବା ଇରାନର ଲାରାକ ଦ୍ୱୀପ ଉପରେ ଆକ୍ରମଣ କରି ଦୁଇଟି ଲଞ୍ଚରକୁ ନଷ୍ଟ କରିଦେଇଥିଲା। ଜୁଲାଇ ମାସ ପରେ ଏହା ଆମେରିକାର ପ୍ରଥମ ବଡ଼ ଆକ୍ରମଣ ଥିଲା। ଅନ୍ୟପକ୍ଷରେ, ଆମେରିକାର ଏହି ଆକ୍ରମଣର ଜବାବ ଦେଇ ଇରାନ ମଧ୍ୟ ଜୋର୍ଡାନରେ ଥିବା ଦୁଇଟି ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ଇରାନୀ ଗଣମାଧ୍ୟମ ରିପୋର୍ଟ କରିଛି। ଉଭୟ ଦେଶ ମଧ୍ୟରେ ଏହିପରି ପରସ୍ପର ବିରୋଧୀ ଆକ୍ରମଣ ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟରେ ଅଶାନ୍ତି ଖେଳିଯାଇଛି ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ପଥ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର