ହିଟ୍ ଆଣ୍ଡ୍ ରନ୍ ମାମଲାରେ ୨ ଲକ୍ଷ ଟଙ୍କାକୁ ବଢ଼ିପାରେ କ୍ଷତିପୂରଣ ରାଶି

The Sakala Picture
Published On

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାର କ୍ଷତିପୂରଣ ରାଶି ବୃଦ୍ଧି କରିବେ। ଯେଉଁ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସମ୍ପୃକ୍ତ ଗାଡି ଚିହ୍ନଟ ହୋଇପାରୁ ନାହିଁ, ସେଭଳି ମାମଲାରେ କ୍ଷତିପୂରଣ ରାଶି ଆଠ ଗୁଣ ବୃଦ୍ଧି ହୋଇପାରେ । ଏ ସମ୍ପର୍କିତ ନିୟମକୁ ସଡ଼କ ପରିବହନ ମନ୍ତ୍ରାଳୟ ଚୂଡାନ୍ତ ରୂପ ଦେଇଥିବା ଜଣାପଡିଛି । ସେହିଭଳି ବୀମାଭୁକ୍ତ ଯାନ ସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଏବଂ ଗୁରୁତର ଆହତ ହେଲେ, ‘ନୋ ଫଲ୍ଟ […]

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାର କ୍ଷତିପୂରଣ ରାଶି ବୃଦ୍ଧି କରିବେ। ଯେଉଁ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସମ୍ପୃକ୍ତ ଗାଡି ଚିହ୍ନଟ ହୋଇପାରୁ ନାହିଁ, ସେଭଳି ମାମଲାରେ କ୍ଷତିପୂରଣ ରାଶି ଆଠ ଗୁଣ ବୃଦ୍ଧି ହୋଇପାରେ । ଏ ସମ୍ପର୍କିତ ନିୟମକୁ ସଡ଼କ ପରିବହନ ମନ୍ତ୍ରାଳୟ ଚୂଡାନ୍ତ ରୂପ ଦେଇଥିବା ଜଣାପଡିଛି । ସେହିଭଳି ବୀମାଭୁକ୍ତ ଯାନ ସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଏବଂ ଗୁରୁତର ଆହତ ହେଲେ, ‘ନୋ ଫଲ୍ଟ ଲାଏବିଲିଟି’ ନିୟମ ଅନୁସାରେ କ୍ଷତିପୂରଣ ୧୦ ଗୁଣ ବୃଦ୍ଧି ପାଇବ ।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

କ୍ଷତିପୂରଣ ରାଶି ବୃଦ୍ଧି କରିବାର ଉଦ୍ଦେଶ୍ୟ ହେଉଛି ପୀଡିତ ଏବଂ ସେମାନଙ୍କ ପରିବାରକୁ ଶୀଘ୍ର ରିଲିଫ ଯୋଗାଇବା । ସୂଚନା ଅନୁଯାୟୀ, ଯେକୌଣସି ହିଟ୍ ଏବଂ ରନ୍ ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଏଣିକି ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏବେ ଏଭଳି ଘଟଣାର ଶିକାର ଲୋକଙ୍କୁ ୨୫,୦୦୦ ଟଙ୍କା କ୍ଷତିପୂରଣ ମିଳୁଛି। ଏଥିସହ ଗୁରୁତର ଆହତ ହେଲେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ଗୁରୁତର ଆହତମାନଙ୍କୁ ବର୍ତ୍ତମାନ ୧୨,୫୦୦ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

୨୦୧୯ର ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ୨୯,୩୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୮,୭୫୧ ଜଣ ଲୋକ ଆହତ ହୋଇଛନ୍ତି। ଯେହେତୁ ଏପରି ଘଟଣାରେ ଦୋଷୀ ଧରାପଡ଼ି ନଥାଏ, ତେଣୁ ସରକାର ଏକ ମୋଟର ଯାନ ଦୁର୍ଘଟଣା ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରୁ କ୍ଷତିପୂରଣ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର