ଚୀନର ବାଣ କାରଖାନାରେ ଭୟାବହ ବିସ୍ଫୋରଣ: ୨୧ ମୃତ, ୬୧ ଆହତ

Madhusudan Das Picture
Published On

ନୂଆଦିଲ୍ଲୀ: ମଧ୍ୟ ଚୀନର ହୁନାନ ପ୍ରଦେଶରେ ଥିବା ଏକ ବାଣ କାରଖାନାରେ ଏକ ଭୟାବହ ବିସ୍ଫୋରଣ ଘଟି ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୪:୪୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ରାଷ୍ଟ୍ରୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ହୁନାନ ପ୍ରଦେଶର ରାଜଧାନୀ ଚାଙ୍ଗସା ଅଧୀନରେ ଥିବା ଲିଉୟାଙ୍ଗ ସହରର ହୁଆସେଙ୍ଗ ଫାୟାରୱାର୍କସ ମ୍ୟାନୁଫ୍ୟାକ୍ଚରିଂ ଆଣ୍ଡ ଡିସପ୍ଲେ କମ୍ପାନୀ ରେ ଏହି ବିସ୍ଫୋରଣ ଘଟିଛି। ଏହି ସହରଟି ବ୍ୟାପକ ବାଣ ଉତ୍ପାଦନ ପାଇଁ ସମଗ୍ର ଦେଶରେ ବେଶ୍ ପରିଚିତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ବହଳିଆ ଧଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ଏହି ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ଥିବା ଲୋକଙ୍କୁ ଖୋଜି ବାହାର କରିବା ସହ ଆହତମାନଙ୍କୁ ଉନ୍ନତ ତଥା ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବା ପାଇଁ ସେ ପ୍ରଶାସନକୁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର