ଫ୍ଲାଇଟ୍ ବାତିଲକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା, ଭାଙ୍ଗିଦେଲେ କମ୍ପ୍ୟୁଟର ଓ ସ୍କାନର

Madhusudan Das Picture
Published On

ଭୁବନେଶ୍ୱର: ବିମାନ ବାତିଲ ପରେ ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ହଙ୍ଗାମା । ଏୟାରପୋର୍ଟରେ କଲେ ଭଙ୍ଗାରୁଜା । ଭୁବନେଶ୍ୱର ବିମାନବନ୍ଦରଠାରେଏକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଜଣେ ମହିଳା ଯାତ୍ରୀଙ୍କ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହେବା ସହ ପରେ ବାତିଲ ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ କୋଲକାତା ଯିବାର ଥିଲା । ତେବେ ବିମାନ ବାତିଲ ହେବା ଖବର ଶୁଣି ସେ ଉତ୍ତ୍ୟକ୍ତ ହୋଇପଡିଥିଲେ। କ୍ରୋଧାନ୍ୱିତ ହୋଇ ସେ ବିମାନବନ୍ଦର ପରିସରରେ ପ୍ରବଳ ହଙ୍ଗାମା କରିବା ସହ ଏକ କମ୍ପ୍ୟୁଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏହି ଉତ୍ତ୍ୟକ୍ତ ଆଚରଣର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଏହି ଘଟଣା ଏବଂ ବିମାନ ବାତିଲ ପରେ ମହିଳା ଜଣକ ଶେଷରେ ଅନ୍ୟ ଏକ କନେକ୍ଟିଂ ଫ୍ଲାଇଟ୍ (ସଂଯୋଗକାରୀ ବିମାନ) ଯୋଗେ କୋଲକାତା ଯିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବିମାନବନ୍ଦରରେ କମ୍ପ୍ୟୁଟର ଭଙ୍ଗାରୁଜା ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏକ ଲିଖିତ ଅଭିଯୋଗ ଦାଏର କରାଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର