ତିର୍ତ୍ତୋଲ ବ୍ଲକ୍‌ରୁ ୩ କୋଟି ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଦୁଇ ପୂର୍ବତନ ଅଧିକାରୀ ଗିରଫ

Madhusudan Das Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ରେ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଏସ୍‌ଆର୍‌ଏ (SRA) ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ ପିଇଓ (PEO) ପ୍ରଦୀପ୍ତ କୁମାର ମଲ୍ଲିକ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ଆର୍ଥିକ ଠକେଇ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଭଞ୍ଜ କିଶୋର ବେହେରା, ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ତିର୍ତ୍ତୋଲ ବ୍ଲକ୍‌ର ତତ୍କାଳୀନ ଏଇଇ (AEE) ସ୍ୱର୍ଗତ ରାଜଦୀପ ହାଁସଦା ମିଳିତ ଭାବେ ସରକାରୀ ଦରମା ରେଜିଷ୍ଟର ଏବଂ ଅର୍ଥ ପ୍ରଦାନ କାଗଜପତ୍ରରେ ଜାଲିଆତି କରିଥିଲେ। ଅଭିଯୁକ୍ତମାନେ ମଞ୍ଜୁର ହୋଇଥିବା ବଜେଟ୍ ଠାରୁ ବହୁ ଅଧିକ ଦରମା ବିଲ୍ ପ୍ରସ୍ତୁତ କରି ସେହି ବେଆଇନ ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟକ୍ତିଗତ ସଞ୍ଚୟ ଖାତାକୁ ପଠାଉଥିଲେ। ସୂଚନାଯୋଗ୍ୟ ଯେ, ଭଞ୍ଜ କିଶୋର ବର୍ତ୍ତମାନ ନୂଆଗାଁ ତହସିଲ୍‌ ରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଥିବା ବେଳେ ପ୍ରଦୀପ୍ତ କୁମାର ମଲ୍ଲିକ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କଟକ ଭିଜିଲାନ୍ସ ପୁଲିସ୍ ଷ୍ଟେସନରେ କେସ୍ ନମ୍ବର ୩୦ (୧୨.୦୮.୨୦୨୬) ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ୍ (ପିସି ଆକ୍ଟ, ୨୦୧୮) ଏବଂ ଆଇପିସିର ଧାରା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୩୪ ଅନୁଯାୟୀ ମାମଲା ଦାଏର ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର