ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Madhusudan Das Picture
Published On

କେନ୍ଦ୍ରାପଡ଼ା: ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନଖଣ୍ଡ ଅଧୀନରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ଆଜିଠାରୁ ବାର୍ଷିକ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ କ୍ରମାଗତ ତିନି ଦିନ ଧରି ଚାଲିବ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ସୂଚନା ଅନୁଯାୟୀ, ଉଦ୍ୟାନର ମଠାଆଡ଼ିଆ, ଦୁର୍ଗାପ୍ରସାଦ ଦିଆ ଏବଂ ଲକ୍ଷ୍ମୀ ପ୍ରସାଦ ଦିଆ ଆଦି ଅଞ୍ଚଳରେ ଏହି ତିନି ଦିନିଆ ଗଣନା କରାଯିବ। ଏହି କାର୍ଯ୍ୟ ପାଇଁ ବନ ବିଭାଗର ୪ଟି ଟିମ୍ ନିୟୋଜିତ ହୋଇଛନ୍ତି ଏବଂ ପ୍ରତ୍ୟେକ ଟିମ୍‌ରେ ୪ ରୁ ୫ ଜଣ ବନ କର୍ମଚାରୀ ସାମିଲ ଅଛନ୍ତି। ପକ୍ଷୀ ବିଶେଷଜ୍ଞମାନଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ଗତକାଲି ବନ ବିଭାଗ କର୍ମଚାରୀମାନଙ୍କୁ ଏହି ଗଣନା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା। ପ୍ରତିଦିନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ସୂତ୍ରରୁ ପ୍ରକାଶ ଯେ, ଏହି ଅଭିଯାନ ସମୟରେ ପ୍ରାୟ ୧୦ ପ୍ରଜାତିର ପକ୍ଷୀଙ୍କ ଗଣନା କରାଯିବ। ଏହି ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ, ଡବେଣ୍ଟିଆ, ଅଞ୍ଜନା, ଖଇରା, ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କପର ଖାଇ ଏବଂ ଅନ୍ଧାରିଆ ବଗ ଆଦି ପ୍ରମୁଖ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର