ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏନଏସଜି

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ୫ ଜଣିଆ ଏନଏସଜି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଟିମରେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ ରହିବେ । ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ଯକ୍ରମ ରହିଛି। ଏନଏସଜି […]

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ୫ ଜଣିଆ ଏନଏସଜି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଟିମରେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ ରହିବେ । ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ଯକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ ଏନଏସଜି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବଦରେବି ଆଲୋଚନା କରିବା ନେଇ ସୂଚନା ମିଳିଛି। ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର