ପୁଣି ଶ୍ରୀମନ୍ଦିର ଭିତରବେଢ଼ାରୁ ଭିଡିଓ ଭାଇରାଲ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

Madhusudan Das Picture
Published On

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତର ବେଢ଼ାରୁ ପୁଣି ଥରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଏବଂ କଟକଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ଭାଇରାଲ ହେଉଥିବା ଏହି ଭିଡିଓରେ ନୀଳଚକ୍ର ଏବଂ ପତିତପାବନ ବାନା ବନ୍ଧାଯାଉଥିବାର ଦୃଶ୍ୟ କଏଦ ହୋଇଛି। ସୂଚନା ଅନୁଯାୟୀ, ଏହି ଭିଡିଓଟି ଶ୍ରୀମନ୍ଦିରର ଭିତର ବେଢ଼ାରୁ ସୁଟିଂ କରାଯାଇଛି ଏବଂ ଏହାକୁ 'krutika_karpe2017' ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡ଼ା କଟକଣା ରହିଥିବା ବେଳେ କିପରି ଜଣେ ବ୍ୟକ୍ତି ମୋବାଇଲ ଫୋନ ନେଇ ଭିତରକୁ ପ୍ରବେଶ କଲେ ଏବଂ ଭିଡିଓ ରେକର୍ଡିଂ କଲେ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ପାଲଟିଛି। ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ମଧ୍ୟ ଶ୍ରୀମନ୍ଦିର ପରିସରରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ବ୍ୟତୀତ ସିଂହଦ୍ୱାର ସମ୍ମୁଖରେ ରୀଲ୍ସ ବନାଇବା ଏବଂ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଉଥିଲେ ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଠି ଉଠାଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର