ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ଗାଁ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Tapas Ranjan Nanda Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡଝାଡ଼ ଗ୍ରାମ ପଞ୍ଚାୟତର ଗୋବରଧୂଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁ ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ସୂଚନା ଅନୁଯାୟୀ, ଗୋବରଧୂଳି ଗ୍ରାମର ଗୋଲଖ ପାହାନଙ୍କ ପୁଅ ବାଦଲ ପାହାନ ଗାଁର ଖଳା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ବହୁ ସମୟ ବିତିଯିବା ପରେ ମଧ୍ୟ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ପରିବାର ସଦସ୍ୟ ଏବଂ ଗାଁର ଯୁବକମାନେ ମିଶି ଚାରିଆଡ଼େ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଶେଷରେ ସନ୍ଦେହ ଉପୁଜିବାରୁ ପରିବାର ଲୋକେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ବ୍ୟାପକ ଖୋଜାଖୋଜି କରିବା ପରେ ବାଦଲଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର