ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ଥିବା 'ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ' (Regional Directorate of Education) ର ନାମକୁ ପରିବର୍ତ୍ତନ କରି ଏଣିକି 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ' (Regional Directorate of School Education) ରଖାଯାଇଛି। ଜୁଲାଇ ୧୮, ୨୦୨୬ ରେ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହାକୁ ତୁରନ୍ତ ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା SME-FE-OES-0142-2026 ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଭୁବନେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ଥିବା କାର୍ଯ୍ୟାଳୟଗୁଡ଼ିକ ଏଣିକି ନୂତନ ନାମରେ ନାମିତ ହେବ। କେବଳ କାର୍ଯ୍ୟାଳୟ ନୁହେଁ, ବରଂ ଏହି ସବୁ ଅଫିସରେ ଥିବା 'ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ' ପଦବୀକୁ ମଧ୍ୟ ଏବେ 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ' ଭାବରେ ଅଭିହିତ କରାଯିବ। ସମସ୍ତ ସରକାରୀ ରେକର୍ଡ, ନିର୍ଦ୍ଦେଶନାମା, ନିୟମାବଳୀ, ଚୁକ୍ତିନାମା ଓ ଅନ୍ୟାନ୍ୟ ଅଫିସିଆଲ୍ କାଗଜପତ୍ରରେ ଏହି ନୂତନ ନାମ ବ୍ୟବହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

କାର୍ଯ୍ୟାଳୟର ନାମ ପରିବର୍ତ୍ତନ କରାଯାଇଥିଲେ ସୁଦ୍ଧା ଏହା ଦ୍ୱାରା ଅଧିକାରୀ କିମ୍ବା କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଦ୍ୟମାନ କ୍ଷମତା, କର୍ତ୍ତବ୍ୟ, ଦାୟିତ୍ୱ, କାର୍ଯ୍ୟକ୍ଷେତ୍ର, ଦରମା, ଭତ୍ତା କିମ୍ବା ବରିଷ୍ଠତା ପୂର୍ବ ପରି ଅପରିବର୍ତ୍ତିତ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଏହା ସହିତ ସରକାରୀ ନିୟମ, ସାର୍କୁଲାର୍ କିମ୍ବା ଗାଇଡଲାଇନରେ ଥିବା ପୁରୁଣା ନାମକୁ ମଧ୍ୟ ଏଣିକି ନୂଆ ନାମରେ ହିଁ ବିଚାର କରାଯିବ। ସରକାରଙ୍କ କମିଶନର ତଥା ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଏହାକୁ ଓଡ଼ିଶା ଗେଜେଟର ଏକ ସ୍ୱତନ୍ତ୍ର ସଂସ୍କରଣରେ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର