ଅପାର ଶ୍ରୀଜଗନ୍ନାଥଙ୍କ ମହିମା: ଶୁଣିଲେ ଭକ୍ତର ଡାକ, ସୁସ୍ଥ ହେଉଛି କୋମାରେ ଥିବା ପୁଅ..

Deviprasad Mohanty Picture
Published On

ପୁରୀ: ଅପାର ଶ୍ରୀଜଗନ୍ନାଥଙ୍କ ମହିମା। ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ। ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର। ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ । ରାଜସ୍ଥାନ ପାସୱାଡ଼ାର ଏହି ଭକ୍ତ ନିଜ ଶିଶୁକୁ ବଞ୍ଚାଇବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ଡାକ୍ତରଙ୍କ ପାଖରୁ ନିରାଶ ହେବା ପରେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି।  ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ। ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ କୁନିପୁଅଟି ଧିରେ ସୁସ୍ଥ ହୋଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା। ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ। ହେଲେ, କଥାରେ ଅଛି ନା, ଯୋଉଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଏ ଜଗତର ଠାକୁର ଜଗନ୍ନାଥ। ତା’ ପାଖରେ ଶରଣ ପଶିଲେ କୋଉ ଭକ୍ତ ବି ନିରାଶ ହୋଇ ଫେରେନି। ଆଉ ଆଜି ବି ନିରାଶ ହୋଇନି ଏ ବାପା । କାଳିଆ ସାଆନ୍ତ ଆଉ ପୁରୀ ଠାକୁରଙ୍କ ମହିମା ଉପରେ ଭରସା କରି ରାଜସ୍ଥାନରୁ ଧାଇଁ ଆସିଥିଲେ । କିଛି ଦିନ ତଳେ ସିଂହଦ୍ୱାର ସାମ୍ନାରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ। ଆଉ ୮ ବର୍ଷର ପୁଅକୁ ଭଲ କରି ଦେବା ପାଇଁ ଗୁହାରି କରିଥିଲେ। କେଇଟା ଦିନ ଭିତରେ କାଳିଆ ବଡ଼ ଚମତ୍କାର ଦେଖାଇଦେଇଛନ୍ତି ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର