ପିପିଲିରେ ହାତୀ ଆତଙ୍କ; ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ, ଭୟଭୀତ ଅଞ୍ଚଳବାସୀ

The Sakala Picture
Published On

ପିପିଲି: ପିପିଲିରେ ଜଙ୍ଗଲୀ ହାତୀ ଆତଙ୍କ । ପିପିଲି ଓରକଲ ପଂଚାୟତ ଧାନପୁରରେ ହାତୀ ଆତଙ୍କ । ଗତକାଲି ଡେଲାଙ୍ଗ ବେଗୁନିଆ ପଡ଼ା ଓ ଜଟଣୀ ପାଣ୍ଡିଆ ବିରି ନିକଟରେ ଜଙ୍ଗଲୀ ହାତୀ ଥିବାବେଳେ ଗତକାଲି ରାତିରେ ପିପିଲିର ହାଟ ସାହି ପରେ ଧାନ ପୁରରେ ଏବେ ହାତୀ ଦେଖୁବାକୁ ମିଳିଛି । ଆଜି ସକାଳୁ ପିପିଲି ଜୟପୁର ଶାସନ ଦେଇ ଧାନପୁରରେ ଜଙ୍ଗଲୀ ହାତୀ ଆତଙ୍କ ସୃଷ୍ଟି କରିଛି । ଧାନ ଫସଲ ନଷ୍ଟ କରୁଥିବା […]

ପିପିଲି: ପିପିଲିରେ ଜଙ୍ଗଲୀ ହାତୀ ଆତଙ୍କ । ପିପିଲି ଓରକଲ ପଂଚାୟତ ଧାନପୁରରେ ହାତୀ ଆତଙ୍କ । ଗତକାଲି ଡେଲାଙ୍ଗ ବେଗୁନିଆ ପଡ଼ା ଓ ଜଟଣୀ ପାଣ୍ଡିଆ ବିରି ନିକଟରେ ଜଙ୍ଗଲୀ ହାତୀ ଥିବାବେଳେ ଗତକାଲି ରାତିରେ ପିପିଲିର ହାଟ ସାହି ପରେ ଧାନ ପୁରରେ ଏବେ ହାତୀ ଦେଖୁବାକୁ ମିଳିଛି । ଆଜି ସକାଳୁ ପିପିଲି ଜୟପୁର ଶାସନ ଦେଇ ଧାନପୁରରେ ଜଙ୍ଗଲୀ ହାତୀ ଆତଙ୍କ ସୃଷ୍ଟି କରିଛି । ଧାନ ଫସଲ ନଷ୍ଟ କରୁଥିବା ବେଳେ ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ । ସେପଟେ ଜଙ୍ଗଲୀ ହାତୀ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

୩ ବର୍ଷ ପୂର୍ବେ ପିପିଲି ଅଞ୍ଚଳରେ ହାତୀ ପଶି ୪ଜଣଙ୍କ ଜୀବନ ନେଇଥିଲା । ଏବେ ପୁଣି ଥରେ ହାତୀ ବୁଲୁଥିବା ଦେଖି ଲୋକଙ୍କ ଭୟ ବଢ଼ିଛି । ପିପିଲି ପୋଲିସ ସମେତ ବନ ବିଭାଗର କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର