କମିସନରେଟ୍ ପୁଲିସର ଅଭିନବ ପ୍ରୟାସ: ଚୋର ଧରାଇବାରେ ସାହାଯ୍ୟ କଲେ ମିଳିବ ପୁରସ୍କାର

The Sakala Picture
Published On

ଭୁବନେଶ୍ବର: ଚୋରି ଧରିବା ପାଇଁ କମିସନରେଟ୍ ପୁଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ । ଚୋର ଧରାଇ ଦେଲେ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ରାଜଧାନୀରେ ବିଭିନ୍ନ ଲୁଟରେ […]

ଭୁବନେଶ୍ବର: ଚୋରି ଧରିବା ପାଇଁ କମିସନରେଟ୍ ପୁଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ । ଚୋର ଧରାଇ ଦେଲେ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୁଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ମରାଯାଇଛି ୱାଣ୍ଟେଡ୍ ଲୁଟେରାଙ୍କ ପୋଷ୍ଟର । ପାଖାପାଖି ୧୦୦ ଜାଗାରେ ଏଭଳି ପୋଷ୍ଟର ମାରିଛି ପୁଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚନାଯୋଗ୍ୟ, ବିଗତ ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ୍ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା ବୁଲାଇଥିଲେ କଳା କନା । ହେଲେ ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି । ଏହି ଚୋର, ଲୁଟେରାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ଚୋର ଧରାପଡ଼ିଲେ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କା ନଗଦ ପୁରସ୍କାର । କମିଶନରେଟ ପୋଲିସର  ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର