ଶାବର ଶ୍ରୀକ୍ଷେତ୍ରରୁ ଆସି ପୁରୀରେ ପହଞ୍ଚିଲା କଳାଜିରା ଚାଉଳ, ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା

The Sakala Picture
Published On

ପୁରୀ: ପୁରୀରେ ପହଞ୍ଚିଲା କଳାଜିରା ଚାଉଳ। ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଆସିଛି ଏକ କୁଇଣ୍ଟାଲ କଳାଜିରା ଚାଉଳ। କଳାଜିରା ଚାଉଳର ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା । ନିକଟରେ କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମିଳିଛି। କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଏ । ସୂଚନା ଅନନୁଯାୟୀ,  ୧୨ ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ […]

ପୁରୀ: ପୁରୀରେ ପହଞ୍ଚିଲା କଳାଜିରା ଚାଉଳ। ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଆସିଛି ଏକ କୁଇଣ୍ଟାଲ କଳାଜିରା ଚାଉଳ। କଳାଜିରା ଚାଉଳର ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା । ନିକଟରେ କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମିଳିଛି। କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଏ ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ସୂଚନା ଅନନୁଯାୟୀ,  ୧୨ ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ପ୍ରଗତି ଏବଂ ଜୈବିକଶ୍ରୀ କମ୍ପାନୀ ପ୍ରୟାସରେ ମନ୍ଦିରକୁ କଳା ଜିରା ଚାଉଳ ପଠାଯାଇଥିଲା । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି । ଆଗକୁ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରକୁ ମଧ୍ୟ ପଠାଯିବ ବୋଲି ଉତ୍ପାଦନକାରୀ ଜୈବିକ ସଂସ୍ଥାର ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର