ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ନୂଆଦିଲ୍ଲୀ : ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ମିଳୁ ୩୩ ପ୍ରତିଶତ ସଂରକ୍ଷଣ। ଏନେଇ ପୁଣିଥରେ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ବିଜୁ ଜନତା ଦଳ ସାଂସଦ ଡକ୍ଟର ସସ୍ମିତ ପାତ୍ର। ଆଜି ରାଜ୍ୟସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର।   ମହିଳା ଚାଲାଣ ରୋକିବାକୁ କଡା ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି । ୨୦୧୮ରେ ଆଗତ ହୋଇଥିବା ଏସମ୍ପର୍କିତ ବିଲ୍ ପାସ୍ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ସସ୍ମିତ […]

ନୂଆଦିଲ୍ଲୀ : ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ମିଳୁ ୩୩ ପ୍ରତିଶତ ସଂରକ୍ଷଣ। ଏନେଇ ପୁଣିଥରେ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ବିଜୁ ଜନତା ଦଳ ସାଂସଦ ଡକ୍ଟର ସସ୍ମିତ ପାତ୍ର। ଆଜି ରାଜ୍ୟସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର।   ମହିଳା ଚାଲାଣ ରୋକିବାକୁ କଡା ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି । ୨୦୧୮ରେ ଆଗତ ହୋଇଥିବା ଏସମ୍ପର୍କିତ ବିଲ୍ ପାସ୍ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ସସ୍ମିତ । ଲୋକସଭା ଭଙ୍ଗ କାରଣରୁ ସଂସଦରେ ବିଲ ପାରିତ ହୋଇପାରିନଥିଲା । ଏହି ୨ଟି ବିଲ ପାସ୍ ହେଲେ ମହିଳାଙ୍କ ନେତୃତ୍ୱ ବଢିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ତେବେ ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କୁ ୩୩% ସଂରକ୍ଷଣ ଦାବି ରଖିଛନ୍ତି । ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ସଂରକ୍ଷଣ ଦାବି କରିଛନ୍ତି ସସ୍ମିତ । ସଂରକ୍ଷଣ ମିଳିଲେ ରାଜନୀତିରେ ମହିଳାଙ୍କ ନେତୃତ୍ୱ ବୃଦ୍ଧି ପାଇବ । ମହିଳାଙ୍କ ସାମାଜିକ ଓ ଲିଙ୍ଗଗତ ସମାନତା ମଧ୍ୟ ବଢିବ । ଏହା ଦ୍ୱାରା ଲିଙ୍ଗଗତ ବୈଷମ୍ୟ ଦୂର ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର