ପିପିଲି କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କୁ ଆକ୍ରମଣ ମାମଲାରେ ବର୍ଷିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପିପିଲି ଶାଖା ପରିଚାଳକଙ୍କୁ ଆକ୍ରମଣକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଏନେଇ ବିଜେଡି ବରିଷ୍ଠ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ପିପିଲି ଶାଖା ପରିଚାଳକ ବିକାଶ ରଞ୍ଜନ ପରିଡ଼ାଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ପିପିଲି ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ ଗତ ୩୧ ତାରିଖରେ ଆକ୍ରମଣ କରିଛନ୍ତି। ବିଜେପି ନେତାମାନେ ଆକ୍ରୋଶମୂଳକ ଭାବେ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା ଅତି ନିନ୍ଦନୀୟ। ଏହା  ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା  ପରିସ୍ଥିତିର ଆଉ ଏକ ଉଦାହରଣ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। 

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଶ୍ରୀ ଦାସବର୍ମା କହିଛନ୍ତି ଯେ ସରକାରୀ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଏପରି ଆକ୍ରମଣ କରିବା ଗୁରୁତର ବିଷୟ ଅଟେ। ଉକ୍ତ ଘଟଣା ପରେ ସ୍ଥାନୀୟ ପିପିଲି ଥାନା ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ବେ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବା ପରିବର୍ତ୍ତେ ରାଜନୈତିକ ବ୍ୟକ୍ତିଙ୍କ ହାତବାରିସୀ ସାଜି ଘଟଣାକୁ ଚାପି ଦେଉଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏହାର ଆପୋସ ବୁଝାମଣା କରାଇବା ଦିଗରେ ଉଦ୍ୟମ କରିଛନ୍ତି। ଉକ୍ତ ଘଟଣା ଦିନ ଥାନା ଅଧିକାରୀ ସେଠାରେ ପହଞ୍ଚି ପ୍ରଥମେ ଆକ୍ରମଣକାରୀଙ୍କୁ କିପରି ଖସାଇବେ ସେ ଦିଗରେ ପ୍ରଚେଷ୍ଟା କରିଥିଲେ। ଏହାପରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଥାନାକୁ ଡକାଇ ଆପୋସ ବୁଝାମଣା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଯାହାକି ପିପିଲି ଥାନା ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଜନତାଙ୍କୁ ନ୍ୟାୟ ଦେବା ବଦଳରେ ଭରସା ହରାଇବାରେ ଲାଗିଛି। ଉକ୍ତ ଘଟଣା ନେଇ ବ୍ୟାଙ୍କ ପକ୍ଷରୁ ଗତ ୧ ତାରିଖରେ ପୁରୀ ଏସପିଙ୍କୁ ଅଭିଯୋଗ ଜଣାଇଥିଲେ। କିନ୍ତୁ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ନାହିଁ। ବ୍ୟାଙ୍କ କର୍ମଚାରୀମାନଙ୍କୁ ମାମଲା ପ୍ରତ୍ୟାହାର ଲାଗି ବିଭିନ୍ନ ଆଡୁ ଧମକ ଚମକ ଦେଉଛନ୍ତି ବୋଲି ଶ୍ରୀ ଦାସବର୍ମା ଅଭିଯୋଗ କରିଛନ୍ତି। ଏହା ସାଧାରଣ ସରକାରୀ କର୍ମଚାରୀମାନଙ୍କ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିଛି। ଦାବି କରିଛନ୍ତି ଯେ, ତୁରନ୍ତ ସରକାର, ପୁଲିସ ପ୍ରଶାସନ ଏବଂ ପୁଲିସ ମହାନିର୍ଦ୍ଦେଶକ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ। ନଚେତ ଆଗକୁ ପରିସ୍ଥିତିର ଜଟିଳ ହେବ। ଏଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଏଥିସହିତ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ କର୍ମଚାରୀ ସଂଘ ପକ୍ଷରୁ ପ୍ରେରଣ କରାଯାଇଥିବା ଅଭିଯୋଗ କପି ଓ ଘଟଣା ସମୟର ଭିଡିଓ ଜାରି କରାଯାଇଛି। ଏହା ସତ୍ତ୍ବେ  କାର୍ଯ୍ୟାନୁଷ୍ଠାନରେ ବିଳମ୍ୱ ଘଟିବା ବ୍ୟାଙ୍କ କର୍ମଚାରୀ ସଂଘର ମନୋବଳ ଭାଙ୍ଗିଯାଇଛି ବୋଲି ସେ କହିଛନ୍ତି। ବିଜେପି ସରକାର ଅପରାଧକୁ ପ୍ରସୟ ନଦେଇ ତୁରନ୍ତ ଦୋଷୀଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର