ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍, ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

Madhusudan Das Picture
Published On

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ଡ୍ୟାମ୍‌ର ମୋଟ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଖୋଲାଯାଇଥିବା ଗେଟ୍ ଗୁଡ଼ିକ ମଧ୍ୟରୁ ବାମ ପାର୍ଶ୍ୱରେ ୭ଟି ଏବଂ ଡାହାଣ ପାର୍ଶ୍ୱରେ ୩ଟି ଗେଟ୍ ରହିଛି। ପୂର୍ବରୁ ଡ୍ୟାମ୍‌ର ୭ଟି ଗେଟ୍ ଖୋଲା ରହିଥିଲା।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ୍ ରେକର୍ଡ କରାଯାଇଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୧ ହଜାର ୭୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୪୪ ହଜାର ୫୦୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରରେ ଜଳ ପ୍ରବେଶ ଓ ନିଷ୍କାସନ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ଆଗାମୀ ସ୍ଥିତିକୁ ଦେଖି ଗେଟ୍ ସଂଖ୍ୟା ବଢ଼ାଇବା କିମ୍ବା କମାଇବା ନେଇ ନିଷ୍ପତ୍ତି ନିଆଯିବ। ଜଳଭଣ୍ଡାରର ନିରାପତ୍ତା ଏବଂ ତଳମୁଣ୍ଡରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର