ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

Madhusudan Das Picture
Published On

ଜଗତସିଂହପୁର: ଚାଷ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଚାଷୀଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁରେ । ମୃତ ଦୁଇ ଚାଷୀ  ଗାଁର ସାଗର ଭୋଇ ଓ ଅଜୟ ସାହୁ। ବିଲରେ ଟ୍ରାକଟର ହଳ କରୁଥିବା ବେଳେ ମାଟି ତଳେ ଥିବା ଏଲ୍ ଆଇ ପଏଣ୍ଟ ତାର ସଂସ୍ପର୍ଶରେ ଆସିଯାଇଥିଲେ ଦୁଇ ଜଣ ଚାଷୀ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନରେ ଉଭୟ ଯୁବ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରୁଥିବା ବେଳେ ମାଟି ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ସଂଗେ ସଂଗେ ଜଗତସିଂହପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବେଆଇନ ଭାବେ ମାଟି ତଳେ ବିଦ୍ୟୁତ ତାର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦୁଇ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର