ପ୍ରିମିୟମ୍ ସବସ୍କ୍ରାଇବରଙ୍କ ପାଇଁ ୟୁଟ୍ୟୁବ୍‌ ଆଣିଲା ନୂଆ ଫିଚର୍‌

ନୂଆଦିଲ୍ଲୀ:  ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଏକ ନୂଆ ମୋବାଇଲ ଆପ୍‌ ଫିଚର୍‌ ଟେଷ୍ଟିଂ କରୁଛି। ଏହି ଫିଚର୍‌ ମାଧ୍ୟମରେ ୟୁଟ୍ୟୁବ୍‌ର ପ୍ରିମିୟମ୍ ସବସ୍କ୍ରାଇବର ଯେକୌଣସି ଭିଡିଓକୁ ଜୁମ୍ ଇନ୍ କରିପାରିବେ। ଅର୍ଥାତ୍ ଏ ଫିଚର କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ସେହିପରି ଏହି ଫିଚର୍‌କୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ସ୍କ୍ରିନ୍ ଉପରେ ପିନ୍ଚ କରିବାକୁ ହେବ। କମ୍ପାନି ଅନୁସାରେ, ସେପ୍ଟେମ୍ବର ୧ ସୁଦ୍ଧା ଏହାର ଟେଷ୍ଟିଂ କରାଯିବ। ନୂଆ ଫିଚର ଲାଗି […]

ନୂଆଦିଲ୍ଲୀ:  ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଏକ ନୂଆ ମୋବାଇଲ ଆପ୍‌ ଫିଚର୍‌ ଟେଷ୍ଟିଂ କରୁଛି। ଏହି ଫିଚର୍‌ ମାଧ୍ୟମରେ ୟୁଟ୍ୟୁବ୍‌ର ପ୍ରିମିୟମ୍ ସବସ୍କ୍ରାଇବର ଯେକୌଣସି ଭିଡିଓକୁ ଜୁମ୍ ଇନ୍ କରିପାରିବେ। ଅର୍ଥାତ୍ ଏ ଫିଚର କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ସେହିପରି ଏହି ଫିଚର୍‌କୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ସ୍କ୍ରିନ୍ ଉପରେ ପିନ୍ଚ କରିବାକୁ ହେବ। କମ୍ପାନି ଅନୁସାରେ, ସେପ୍ଟେମ୍ବର ୧ ସୁଦ୍ଧା ଏହାର ଟେଷ୍ଟିଂ କରାଯିବ। ନୂଆ ଫିଚର ଲାଗି ବ୍ୟବହାରକାରୀ ଟ୍ରାଏ ନ୍ୟୁ ଫିଚର୍ସ ସେକ୍ସନରେ ଏହାକୁ ସର୍ଚ୍ଚ କରିପାରିବେ। ଆଉ ଏହିଠାରେ ଜୁମ୍ ଅପସନ୍ ଦେଖାଇବ। ସେହିପରି ଉକ୍ତ ଫିଚର୍‌ ଥରେ ଜାରି ହୋଇଯିବା ପରେ ବ୍ୟବହାରକାରୀ ଜୁମ୍ କରି ପ୍ରତିଟି ଭିଡିଓର ମଜା ନେଇପାରିବେ।

About The Author: The Sakala