ହ୍ବାଟ୍ସଆପ୍‌ରେ ସେୟାର୍‌ ହେବ ‘ଏଚ୍‌ଡି’ ଭିଡିଓ

ନୂଆଦିଲ୍ଲୀ: ହ୍ବାଟ୍‌ସ୍‌ଆପ୍‌ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ପାଇଁ ଏଚ୍‌ଡି ଭିଡିଓ ସୁବିଧା ଉପଲବ୍ଧ କରାଇବ। ଏହି ଫିଚର୍‌ ଦ୍ବାରା ବ୍ୟବହାରକାରୀ ଯେକୌଣସି ଭିଡିଓ ଫାଇଲ୍‌କୁ ବାସ୍ତବିକ ରିଜୋଲ୍ୟୁସନ ସହ ସେୟାର୍‌ କରିପାରିବେ। ପୂର୍ବରୁ ବ୍ୟବହାରକାରୀଙ୍କ ଡାଟା ବଞ୍ଚାଇବା ଏବଂ ଫାଇଲ ଟ୍ରାନ୍ସଫର ପ୍ରକ୍ରିୟାକୁ ଶୀଘ୍ର ବା ତ୍ବରିତ କରିବା ପାଇଁ ଭିଡିଓ ଫାଇଲକୁ କମ୍ପ୍ରେସ୍ କରି ଦିଆଯାଉଥିଲା। ଯାହାକି ଭିଡିଓର କ୍ବାଲିଟି ଉପରେ ପ୍ରଭାବ ପକାଉଥିଲା। ତେବେ ଏଚ୍‌ଡି ଭିଡିଓ ସେୟାର୍‌ ଦ୍ବାରା ଭିଡିଓର ମାନ ଉନ୍ନତଧରଣର ହେବ। […]

ନୂଆଦିଲ୍ଲୀ: ହ୍ବାଟ୍‌ସ୍‌ଆପ୍‌ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ପାଇଁ ଏଚ୍‌ଡି ଭିଡିଓ ସୁବିଧା ଉପଲବ୍ଧ କରାଇବ। ଏହି ଫିଚର୍‌ ଦ୍ବାରା ବ୍ୟବହାରକାରୀ ଯେକୌଣସି ଭିଡିଓ ଫାଇଲ୍‌କୁ ବାସ୍ତବିକ ରିଜୋଲ୍ୟୁସନ ସହ ସେୟାର୍‌ କରିପାରିବେ। ପୂର୍ବରୁ ବ୍ୟବହାରକାରୀଙ୍କ ଡାଟା ବଞ୍ଚାଇବା ଏବଂ ଫାଇଲ ଟ୍ରାନ୍ସଫର ପ୍ରକ୍ରିୟାକୁ ଶୀଘ୍ର ବା ତ୍ବରିତ କରିବା ପାଇଁ ଭିଡିଓ ଫାଇଲକୁ କମ୍ପ୍ରେସ୍ କରି ଦିଆଯାଉଥିଲା। ଯାହାକି ଭିଡିଓର କ୍ବାଲିଟି ଉପରେ ପ୍ରଭାବ ପକାଉଥିଲା। ତେବେ ଏଚ୍‌ଡି ଭିଡିଓ ସେୟାର୍‌ ଦ୍ବାରା ଭିଡିଓର ମାନ ଉନ୍ନତଧରଣର ହେବ। ଏହାକୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀ ସେୟାର୍ କରିବାକୁ ଚାହୁଁଥିବା ଚାଟ୍‌ ଉପରେ ଓପନ୍‌ କରି ଆଟାଚ୍‌ମେଣ୍ଟ ଆଇକନ୍ ଉପରେ କ୍ଲିକ୍‌ କରି ଗ୍ୟାଲେରିକୁ ଯିବାକୁ ହେବ। ଏହା ପରେ ଯେଉଁ ଭିଡିଓ ପଠାଇବାକୁ ଚାହୁଁଛନ୍ତି, ସେଥିରେ କ୍ଲିକ୍‌ କରିବାକୁ ପଡ଼ିବ। ସେଇଠୁ ବାମପାର୍ଶ୍ବରେ ଏଚ୍‌ଡି ଆଇକନ୍‌ ଦୃଷ୍ଟିଗୋଚର ହେବ। ଏହାର କ୍ବାଲିଟି ସେଟ୍‌ କରି ସେହି ଭିଡିଓ ଫାଇଲକୁ ପଠାଇପାରିବେ। ସେହିପରି ଡାଟା ବଞ୍ଚାଇବା ପାଇଁ ଏଚ୍‌ଡି ଭିଡିଓ ସେୟାର୍‌ କରିବାକୁ ଚାହୁଁ ନ ଥିଲେ, ଏବେ ବି କମ୍ପ୍ରେସ୍ ଭିଡିଓ ବିକଳ୍ପ ବାଛିପାରିବେ। ଏବେ ଏହା ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ। ଖୁବ୍‌ଶୀଘ୍ର ଏହାକୁ ଆଇଓଏସ୍‌ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ।

About The Author: The Sakala