ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

ଭୁବନେଶ୍ୱର: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ । 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 9437292000 ହ୍ବାଟ୍ସଆପ୍‌ ନଂରେ ରାଜସ୍ବ ସେବା ପାଇହେବ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଏଥିରେ ଗ୍ରହଣ କରାଯିବ । 

ଲୋକସେବା ଭବନରେ ଆମ ସାଥି ସହାୟକ ୟୁନିଫାଏଡ୍ ହ୍ୱାଟସଆପ୍‌ ବଟ ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠୁ ହ୍ୱାଟସଆପ୍‌ ମେସେଜରେ ମିଳିବ ରାଜସ୍ବ ସେବା । 9437292000 WhatsApp ନଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦିକ ସେବା ଗୁଡ଼ିକ ସହ ୧୭୦ରୁ ଅଧିକ ଜରୁରୀ ସରକାରୀ ସେବା ମିଳିବ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

About The Author: Madhusudan Das