ଏଣିକି ଚାଟ୍‌ରେ ଆସିବ ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀ ପରି ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ ଏବେ ଚାଟ୍‌ ତାଲିକାରେ ନଜର ଆସିବ। ଏହି ନୂଆ ଫିଚର୍ସ ଏବେ ହ୍ବାଟସ୍‌ଆପ୍‌ ବିଟା ଭର୍ଜନରେ ଗ୍ରାହକଙ୍କୁ ଭେଟି ଦିଆଯିବ। ୱାବିଟାଇନ୍‌ଫୋ ଏହି ଫିଚର ବିଷୟରେ ଅଧିକ ସୂଚନା ସେୟାର କରିଛି। ଏହାଦ୍ବାରା ଜଣେ ବ୍ୟକ୍ତି ଷ୍ଟାଟସ୍‌ ଅପଡେଟ୍‌ କରିଲେ, ଏହା ଚାଟ୍‌ରେ ପ୍ରଦର୍ଶିତ ହୋଇପାରିବ। ଅପଡେଟ୍‌ କରିଥିବା ବ୍ୟକ୍ତିର ପ୍ରୋଫାଇଲ ଫଟୋ ଉପରେ ଏକ ଗୋଲାକାର ଦାଗ ଦେଖାଯିବ। ଏହା ଉପରେ କ୍ଲିକ୍‌ କରି ଉକ୍ତ ବ୍ୟକ୍ତିଙ୍କ […]

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀ ପରି ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ ଏବେ ଚାଟ୍‌ ତାଲିକାରେ ନଜର ଆସିବ। ଏହି ନୂଆ ଫିଚର୍ସ ଏବେ ହ୍ବାଟସ୍‌ଆପ୍‌ ବିଟା ଭର୍ଜନରେ ଗ୍ରାହକଙ୍କୁ ଭେଟି ଦିଆଯିବ। ୱାବିଟାଇନ୍‌ଫୋ ଏହି ଫିଚର ବିଷୟରେ ଅଧିକ ସୂଚନା ସେୟାର କରିଛି। ଏହାଦ୍ବାରା ଜଣେ ବ୍ୟକ୍ତି ଷ୍ଟାଟସ୍‌ ଅପଡେଟ୍‌ କରିଲେ, ଏହା ଚାଟ୍‌ରେ ପ୍ରଦର୍ଶିତ ହୋଇପାରିବ। ଅପଡେଟ୍‌ କରିଥିବା ବ୍ୟକ୍ତିର ପ୍ରୋଫାଇଲ ଫଟୋ ଉପରେ ଏକ ଗୋଲାକାର ଦାଗ ଦେଖାଯିବ। ଏହା ଉପରେ କ୍ଲିକ୍‌ କରି ଉକ୍ତ ବ୍ୟକ୍ତିଙ୍କ ଷ୍ଟାଟସ୍‌ ଦେଖିପାରିବେ। ତେବେ ଏହା କେବେଠୁ କାର୍ଯ୍ୟକାରୀ ହେବ, ସେନେଇ କିଛି ସୂଚନା ମିଳିନାହିଁ। ଏହାବାଦ୍‌ ହ୍ବାଟସଅପ୍‌ର ଅନ୍ୟ ଏକ ଫିଚର ଜରିଆରେ ଏକଗ୍ରୁପ୍‌ରେ ରହିବା ସତ୍ତ୍ବେ ଅନ୍ୟଜଣ ଆପଣଙ୍କ ଫୋନ୍‌ ନମ୍ବର ଦେଖÒପାରିବେ ନାହିଁ। ଏହା ଉପରେ ବର୍ତ୍ତମାନ ଅଧିକ ରିସର୍ଚ୍ଚ ଚାଲୁ ରହିଛି।

About The Author: The Sakala