ନୂଆଦିଲ୍ଲୀ: ହ୍ବାଟସଆପ ଆଣିଲା ନୂଆ ଫିଚର । ଏଣିକି ପଠାଇଥିବା ବାର୍ତ୍ତାକୁ ଏଡିଟ କରିପାରିବେ ଉପଭୋକ୍ତା। ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ଫେସବୁକ୍ ପୋଷ୍ଟରେ ଲେଖି ସୂଚନା ଦେଇଛନ୍ତି। ବାର୍ତ୍ତା ପଠାଇବେଳେ ଭୁଲ ଟାଇପିଙ୍ଗ ପାଇଁ ଆମକୁ ଉକ୍ତ ବାର୍ତ୍ତାଗୁଡ଼ିକୁ ଡିଲିଟ କରିବାକୁ ପଡେ । ହେଲେ ଏହି ଫିଚର ଲଞ୍ଚପରେ ବର୍ତ୍ତାକୁ ଏଡିଟ କରିପାରିବେ ଉପଭୋକ୍ତା ।
ସୂଚନା ଅନୁଯାୟା, ବର୍ତ୍ତାକୁ ଏଡିଟ କରିବା ପାଇଁ ପଠାଇବାର ୧୫ ମିନିଟ୍ ସମୟ ଦିଆଯାଇଛି। ଉକ୍ତ ସମୟ ମଧ୍ୟରେ ଆପଣ ଉକ୍ତ ବାର୍ତ୍ତାକୁ ଏଡିଟ୍ କରିବାକୁ ସମର୍ଥ ହେବେ । ଏହାପରେ ଆଉ ଏଡିଟ୍ ହୋଇପାରିବ ନାହିଁ ।
ହ୍ବାଟସଆପ୍ ମେସେଜ୍ କିପରି କରିବେ ଏଡିଟ୍ ?
ପ୍ରଥମେ ଆପଣଙ୍କୁ ମେସେଜକୁ ଦବାଇ ଧରି ରଖିବାକୁ ପଡିବ। ଏହା କରିବା ପରେ ଆପଣ ଏଡିଟ୍ ଅପ୍ସନ୍ ଦେଖିବେ। ଯେଉଁଠାରେ ଆପଣ ଏଡିଟ୍ କରିପାରିବେ। କିନ୍ତୁ ତୁମର ବାର୍ତ୍ତା ଏଡିଟ୍ ହେବା ମାତ୍ରେ ଏଡିଟ୍ ହୋଇଥିବା ଟ୍ୟାଗ୍ ସେଠାରେ ଦେଖାଯିବ । ଅର୍ଥାତ ଉକ୍ତ ମେସେଜଟି ଆପଣ ଏଡିଟ କରିଛନ୍ତି ବୋଲି ଉପଭୋକ୍ତା ଜାଣିପାରିବ। ହେଲେ ଆପଣ କେଉଁ ବାର୍ତ୍ତା ପଠାଇଥିଲେ ଏବଂ କଣ ଏଡିଟ କିରିଛନ୍ତି ତାହା ସେ ଜାଣିପାରିବେ ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ, ପ୍ରାୟ ୧୦ ବର୍ଷ ପୂର୍ବେ ମେଟା ମାଲିକାନା କମ୍ପାନୀ ଦ୍ୱାରା ଫେସବୁକରେ ଏଡିଟ୍ ଫିଚର ଦିଆଯାଇଥିଲା, ଯାହା ବର୍ତ୍ତମାନ ହ୍ବାଟସଆପ୍ ଆଣିଛି।