ଟ୍ରାଇର ନୂତନ ପ୍ରସ୍ତାବ: ମୋବାଇଲ ନମ୍ବର ଉପରେ ଲାଗିବ ଟିକସ !

ନୂଆଦିଲ୍ଲୀ: ଉପଭୋକ୍ତା ବ୍ୟବହାର କରୁଥିବା ମୋବାଇଲ ନମ୍ବର ଉପରେ ଲାଗିବ ଟିକସ। କେବଳ ମୋବାଇଲ୍‌ ନମ୍ବର ନୁହେଁ; ଅପରେଟର ଅର୍ଥା୍‌ତ୍‌ ଫୋନ୍‌ ଚଳାଉଥିବା କମ୍ପାନୀର ଲ୍ୟାଣ୍ଡ ଲାଇନ୍‌ ଉପରେ ମଧ୍ୟ ଟିକସ ଲାଗିବ। ଯଦି ଟେଲିକମ୍‌ ନିୟନ୍ତ୍ରଣ ସଂସ୍ଥା ଟ୍ରାଇର ପ୍ରସ୍ତାବ ଲାଗୁ ହୁଏ, ତେବେ ଏହି ବ୍ୟବସ୍ଥା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ଫୋନ୍‌ ନମ୍ବରଗୁଡ଼ିକ ‘ବହୁ ମୂଲ୍ୟବାନ ସାର୍ବଜନୀକ ସଂସାଧନ’ ବୋଲି ଟ୍ରାଇ ଅନୁଭବ କରୁଛି। ତେଣୁ ଏଥିପାଇଁ ମୋବାଇଲ୍‌ ଅପରେଟରମାନଙ୍କ ଉପରେ ଟିକସ […]

ନୂଆଦିଲ୍ଲୀ: ଉପଭୋକ୍ତା ବ୍ୟବହାର କରୁଥିବା ମୋବାଇଲ ନମ୍ବର ଉପରେ ଲାଗିବ ଟିକସ। କେବଳ ମୋବାଇଲ୍‌ ନମ୍ବର ନୁହେଁ; ଅପରେଟର ଅର୍ଥା୍‌ତ୍‌ ଫୋନ୍‌ ଚଳାଉଥିବା କମ୍ପାନୀର ଲ୍ୟାଣ୍ଡ ଲାଇନ୍‌ ଉପରେ ମଧ୍ୟ ଟିକସ ଲାଗିବ। ଯଦି ଟେଲିକମ୍‌ ନିୟନ୍ତ୍ରଣ ସଂସ୍ଥା ଟ୍ରାଇର ପ୍ରସ୍ତାବ ଲାଗୁ ହୁଏ, ତେବେ ଏହି ବ୍ୟବସ୍ଥା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ଫୋନ୍‌ ନମ୍ବରଗୁଡ଼ିକ ‘ବହୁ ମୂଲ୍ୟବାନ ସାର୍ବଜନୀକ ସଂସାଧନ’ ବୋଲି ଟ୍ରାଇ ଅନୁଭବ କରୁଛି। ତେଣୁ ଏଥିପାଇଁ ମୋବାଇଲ୍‌ ଅପରେଟରମାନଙ୍କ ଉପରେ ଟିକସ ଲଗାଯାଇ ପାରିବ।

ଏହି ପରିପ୍ରେକ୍ଷୀରେ ଯଦି ମୋବାଇଲ୍‌ ଅପରେଟରମାନଙ୍କଠାରୁ ଏ ସଂକ୍ରାନ୍ତରେ ଟିକସ ଆଦାୟ କରାଯାଏ, ତେବେ ଅପରେଟରମାନେ ଏହି ଅର୍ଥ ଉପଭୋକ୍ତାଙ୍କଠାରୁ ଆଦାୟ କରିବେ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେବଳ ମୋବାଇଲ ବା ଲ୍ୟାଣ୍ଡ ଲାଇନ୍‌ ନମ୍ବର ନୁହେଁ; ଅବ୍ୟବହୃତ ମୋବାଇଲ ନମ୍ବର ବା ସିମ୍‌ ଉପରେ ମଧ୍ୟ ଜୋରିମାନା ଲଗାଯାଇପାରେ। ସ୍ପେକ୍ଟ୍ରମ୍‌ ପରି ଫୋନ୍‌ ନମ୍ବରଗୁଡ଼ିକର ମାଲିକ ସରକାର ଓ ଲାଇସେନ୍ସ ପ୍ରଦାନ ସମୟରେ ସରକାର ଟେଲିକମ୍‌ କମ୍ପାନୀଗୁଡ଼ିକୁ ଏହି ନମ୍ବରଗୁଡ଼ିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦେଇଥାଆନ୍ତି ବୋଲି ଟ୍ରାଇ ମନେ କରୁଛି । ଗତବର୍ଷ ଡିସେମ୍ବର ମାସରେ ସଂସଦରେ ଗୃହୀତ ହୋଇଥିବା ଟେଲିକମ୍‌ ଆଇନରେ ମଧ୍ୟ ଏପରି ପ୍ରାବଧାନ ରହିଥିବା କୁହାଯାଉଛି ।

ଏହି ନିୟମ ଅନୁସାରେ ଟେଲିକମ୍‌ କମ୍ପାନୀଗୁଡ଼ିକଠାରୁ ନମ୍ବରଗୁଡ଼ିକ ନିମନ୍ତେ ‘ଟେଲିକପ୍‌ ଆଇଡେ଼ଣ୍ଟିଫାୟର୍ସ’ ନାମରେ ଏକ ଶୁଳ୍କ ଆଦାୟ କରାଯିବାକୁ କୁହାଯାଇଛି। ଅଷ୍ଟ୍ରେଲିଆ, ସିଙ୍ଗାପୁର, ବ୍ରିଟେନ୍‌, ଗ୍ରୀସ, ହଂକଂ, କୁଏତ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ନାଇଜେରିଆ, ଦକ୍ଷିଣ ଆଫ୍ରିକା ଓ ଡେ଼ନମାର୍କ ଆଦି ଦେଶରେ ଏପରି ବ୍ୟବସ୍ଥା ରହିଛି । ସୂଚନା ଅନୁସାରେ ୩ଟି ପଦ୍ଧତିରେ ଏହି ଫି ବା ଟିକସ ଆଦାୟ ହୋଇପାରେ। ସମ୍ପ୍ରତି ପ୍ରଚଳିତ ଫ୍ୟାନ୍ସି ନମ୍ବର ପାଇଁ ସ୍ୱତନ୍ତ୍ର ଟିକସ ବ୍ୟତୀତ ବର୍ଷିକିଆ ଓ ନୂଆ ନମ୍ବର ପ୍ରଦାନ ସମୟରେ ଏହା ଆଦାୟ କରାଯାଇପାରେ ବୋଲି କୁହାଯାଉଛି ।.

About The Author: The Sakala