ଆସନ୍ତୁ ଜାଣିବା ଏସିଆର ପ୍ରଥମ ମେଟାଭର୍ସ ରିସେପ୍‌ସନ୍‌ ବିଷୟରେ….

ପରମ୍ପରା, ରୀତିନୀତି ତଥା ଟେକ୍ନୋଲୋଜିର ସମିଶ୍ରଣରେ ଦେଖିବାକୁ ମିଳିଛି ଏକ ନିଆରା ରିସେପ୍‌ସନ। ତାମିଲନାଡୁର ଦୀନେଶ ଏସ୍‌ପି ଓ ଜନଗନନ୍ଦିନୀ ରାମାସ୍ବାମୀଙ୍କ ମେଟାଭର୍ସ ରିସେପ୍‌ସନ୍‌ ଫେବୃଆରୀ ୬ରେ ଅନୁଷ୍ଠିତ ହୋଇଥିଲା। ଏହା ଏବେ ଏସିଆର ପ୍ରଥମ ‘ମେଟାଭର୍ସ ରିସେପସନ୍‌’ ଭାବେ ପରିଚିତି ଲାଭ କରିଛି। ଏହାର ଥିମ୍ ଥିଲା ହ୍ୟାରିପୋର୍ଟର ହର୍ଗୱାଟସ୍। ମେଟାଭର୍ସ ଶବ୍ଦ ସହିତ ଏବେ ସମସ୍ତେ ଅଳ୍ପ ବହୁତ ପରିଚିତ। ଲୋକେ ଇଣ୍ଟରନେଟ୍‌ ଦ୍ବାରା କାଳ୍ପନିକ ଜୀବନର ନିଆରା ଅନୁଭୂତି ନେଇଥାନ୍ତି। ଏହା ଅବିକଳ […]

ପରମ୍ପରା, ରୀତିନୀତି ତଥା ଟେକ୍ନୋଲୋଜିର ସମିଶ୍ରଣରେ ଦେଖିବାକୁ ମିଳିଛି ଏକ ନିଆରା ରିସେପ୍‌ସନ। ତାମିଲନାଡୁର ଦୀନେଶ ଏସ୍‌ପି ଓ ଜନଗନନ୍ଦିନୀ ରାମାସ୍ବାମୀଙ୍କ ମେଟାଭର୍ସ ରିସେପ୍‌ସନ୍‌ ଫେବୃଆରୀ ୬ରେ ଅନୁଷ୍ଠିତ ହୋଇଥିଲା। ଏହା ଏବେ ଏସିଆର ପ୍ରଥମ ‘ମେଟାଭର୍ସ ରିସେପସନ୍‌’ ଭାବେ ପରିଚିତି ଲାଭ କରିଛି। ଏହାର ଥିମ୍ ଥିଲା ହ୍ୟାରିପୋର୍ଟର ହର୍ଗୱାଟସ୍। ମେଟାଭର୍ସ ଶବ୍ଦ ସହିତ ଏବେ ସମସ୍ତେ ଅଳ୍ପ ବହୁତ ପରିଚିତ। ଲୋକେ ଇଣ୍ଟରନେଟ୍‌ ଦ୍ବାରା କାଳ୍ପନିକ ଜୀବନର ନିଆରା ଅନୁଭୂତି ନେଇଥାନ୍ତି। ଏହା ଅବିକଳ ଥ୍ରୀ-ଡି ଦୁନିଆ ଭଳି । ଜଣେ ବ୍ୟକ୍ତି ଘରେ ଥାଇ ବିଭିନ୍ନ ୱେବସାଇଟ୍‌, ସୋସିଆଲ ମିଡିଆ ଓ ଆପ୍‌ ଦ୍ବାରା ବାହାରେ ବୁଲିବାର ମଜାନେବା, ଅଫିସ୍‌ କାର୍ଯ୍ୟ କରିବା, ବନ୍ଧୁଙ୍କ ସହ ସମୟ ବିତାଇବା ତଥା ଖେଳକୁଦ କରିବାର ମଜା ଉଠାଇପାରିବେ।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଏହି ରିସପେସନ୍‌ର ଫଟୋ ଓ ଭିଡିଓ ସଭିଁଙ୍କ ଦୃଷ୍ଟିଆକର୍ଷଣ କରୁଛି। ତାମିଲନାଡୁର ଶିବଲିଙ୍ଗପୁରମ୍‌ ଗାଁରେ ପ୍ରଥମେ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ ଦୀନେଶ ଓ ଜନଗନନ୍ଦିନୀ। ଦୀନେଶ ଆଇଆଇଟି ମାଡ୍ରାସରେ ପ୍ରୋଜେକ୍ଟ ଆସୋସିଏଟ୍ ଭାବେ କାମ କରୁଥିବା ବେଳେ ଜନଗନନ୍ଦିନୀ ଜଣେ ସପ୍ଟୱେର୍ ଡେଭଲପର। ଦୀନେଶ କହନ୍ତି, ପ୍ରଥମେ ୟୁଟ୍ୟୁବ୍‌ରେ ମେଟାଭର୍ସର ଏକ ଭିଡିଓ ଦେଖିଥିଲେ। ତା’ପରେ ଉକ୍ତ ଟେକ୍ନୋଲୋଜି ସହ ସମସ୍ତଙ୍କୁ ପରିଚିତ କରାଇବା ପାଇଁ ଏଭଳି ପରିକଳ୍ପନା କରିଥିବା କହିଛନ୍ତି ଦୀନେଶ। ପଲିଜନ ଟେକ୍ନୋଲୋଜି ବ୍ଲକ୍‌ଚେନ୍ ମାଧ୍ୟମରେ ଚେନ୍ନାଇର ଏକ ଷ୍ଟାର୍ଟଅପ୍ ରିସେପ୍‌ସନ ଆୟୋଜନର ଯୋଜନା କରିଥିଲା। ତେବେ ଏହାର ୧୨ ଜଣିଆ ସଦସ୍ୟ ଏହାକୁ ସଫଳ କରିବା ଲାଗି ଏ ଦିଗରେ ମାସେ କାଳ କାମ କରିଥିଲେ। ପାରମ୍ପରିକ ବେଶଭୂଷାରେ ଦୀନେଶ ଓ ଜନଗନନ୍ଦିନୀ ଭର୍ଚୁଆଲ ଅବତାରରେ ନଜର ଆସିଥିଲେ। ଏଥିରେ ଜର୍ମାନୀ, ଅଷ୍ଟ୍ରେଲିଆ ଆଦିରୁ ପ୍ରାୟ ୬ ହଜାର ଅତିଥି ସାମିଲ ହୋଇଥିଲେ।

ସେହିପରି ଫୁଡ୍ ଡେଲିଭରି ମାଧ୍ୟମରେ ଅତିଥିଙ୍କ ପାଖକୁ ଖାଦ୍ୟ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଇଥିଲା। ଏହି ଇଭେଣ୍ଟକୁ ସ୍ପନସର କରିଥିଲା କଲନସ୍ବିଚ୍‌। ରିସେପ୍‌ସନର ଅନ୍ୟତମ ଆକର୍ଷଣ ଥିଲା କନ୍ୟାଙ୍କ ଦିବଂଗତ ବାପା ଏଥିରେ ସାମିଲ ହେବା। ତାଙ୍କ ବାପାଙ୍କର ରିଅଲଷ୍ଟିକ୍ ଥ୍ରୀଡି ଭର୍ଚୁଆଲ ଅବତାରକୁ ଏନ୍‌ଏଫ୍‌ଟିରେ ତିଆରି କରାଯାଇଥିଲା। ସେ ଅତିଥିମାନଙ୍କୁ ସ୍ବାଗତ କରୁଥିବାର ଦେଖାଯାଇଥିଲେ। ଏହି ଭର୍ଚୁଆଲ ରିସେପ୍‌ସନ୍ ପାଇଁ ପାଖାପାଖି ୧,୫୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା।

About The Author: The Sakala