ଇନ୍‌ଷ୍ଟାଗ୍ରାମ୍‌ ଦେଖା ଅଭ୍ୟାସକୁ ନିୟନ୍ତ୍ରଣ ପାଇଁ ସେଟ୍ କରନ୍ତୁ ଟାଇମ୍‌ ଲିମିଟ୍‌

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମର ରିଲ୍‌ ମାଧ୍ୟମରେ ଅନେକ ନିଜର ପ୍ରତିଭା ଦେଖାଉଛନ୍ତି। ଏହାରି ଜରିଆରେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଧାରୀଙ୍କ ଫଲୋର୍ସ ସଂଖ୍ୟା ବଢ଼ିଥାଏ। ତେବେ ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା ବା ଏହାକୁ ଦେଖିବାରେ ଲୋକ ଘଣ୍ଟା ଘଣ୍ଟା ସମୟ ବିତାଇଥାନ୍ତି। ଏହାଦ୍ବାରା ଜଣେ ବ୍ୟକ୍ତିଙ୍କ ସମୟ ନଷ୍ଟ ହୁଏ। ଜରୁରି କାମକାର୍ଯ୍ୟ ଅଧା ରହିଯାଏ। କେବଳ ସେତିକି ନୁହେଁ, ଅଧିକ ସମୟ ଧରି ନେଟ୍‌ ବ୍ୟବହାର ଯୋଗୁଁ ଫୋନ୍‌ରୁ ଡାଟା ମଧ୍ୟ ସରିଥାଏ। ଉପରୋକ୍ତ ସମସ୍ୟାରୁ ବର୍ତ୍ତିବା ପାଇଁ […]

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମର ରିଲ୍‌ ମାଧ୍ୟମରେ ଅନେକ ନିଜର ପ୍ରତିଭା ଦେଖାଉଛନ୍ତି। ଏହାରି ଜରିଆରେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଧାରୀଙ୍କ ଫଲୋର୍ସ ସଂଖ୍ୟା ବଢ଼ିଥାଏ। ତେବେ ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା ବା ଏହାକୁ ଦେଖିବାରେ ଲୋକ ଘଣ୍ଟା ଘଣ୍ଟା ସମୟ ବିତାଇଥାନ୍ତି। ଏହାଦ୍ବାରା ଜଣେ ବ୍ୟକ୍ତିଙ୍କ ସମୟ ନଷ୍ଟ ହୁଏ। ଜରୁରି କାମକାର୍ଯ୍ୟ ଅଧା ରହିଯାଏ। କେବଳ ସେତିକି ନୁହେଁ, ଅଧିକ ସମୟ ଧରି ନେଟ୍‌ ବ୍ୟବହାର ଯୋଗୁଁ ଫୋନ୍‌ରୁ ଡାଟା ମଧ୍ୟ ସରିଥାଏ। ଉପରୋକ୍ତ ସମସ୍ୟାରୁ ବର୍ତ୍ତିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଡେଲି ଟାଇମ୍‌ ଲିମିଟ୍‌ ସେଟିଂ କରିବାର ଜରୁରି ରହିଛି। ଇନ୍‌ଷ୍ଟାଗ୍ରାମ ତରଫରୁ ଏହି ସୁବିଧା ଥିବାବେଳେ ଏହାରି ସାହାଯ୍ୟରେ ଏହି ଟାଇମ୍‌ ଲିମିଟ୍‌କୁ ବଢ଼ାଇ ବା କମାଇ ପାରିବେ। ଏହାଦ୍ବାରା ଘଣ୍ଟା ଘଣ୍ଟା ଇନ୍‌ଷ୍ଟାଗ୍ରାମ୍‌ ଦେଖା ଅଭ୍ୟାସକୁ ନିୟନ୍ତ୍ରଣ କରାଯାଇପାରେ। ଇନ୍‌ଷ୍ଟାଗ୍ରାମରେ ଡେଲି ଲିମିଟ ସେଟିଂ କରିବାକୁ ପ୍ରଥମେ ପ୍ରୋଫାଇଲ୍‌କୁ ଯାଆନ୍ତୁ, ଡାହାଣ ପାର୍ଶ୍ବରେ ଥିବା ତିନିଟି ବିନ୍ଦୁ ବା ଡଟ୍‌ ଉପରେ କ୍ଲିକ୍‌ କରି ଆକ୍ଟିଭିଟି ବିକଳ୍ପକୁ ଚୟନ କରନ୍ତୁ। ପରେ ଟାଇମ୍‌ ସ୍ପେଣ୍ଟ ଉପରେ କ୍ଲିକ୍‌ କରି ଡେଲି ଟାଇମ୍‌କୁ ସେଟିଂ କରିବାକୁ ଯେକୌଣସି ବିକଳ୍ପ – ସେଟ୍‌ ରିମାଇଣ୍ଡର କିମ୍ବା ଟେକ୍‌ ବ୍ରେକ୍ସ ଆଣ୍ଡ ସେଟ୍‌ ଡେଲି ଟାଇମ୍‌ ଲିମିଟ ସେଟ୍‌ କରି ବିକଳ୍ପ ଚୟନ କରି ପାରିବେ। ଏହି ଲିମିଟ୍‌ କେବଳ ଆଣ୍ଡ୍ରଏଡ୍‌ କିମ୍ବା ଆଇଓଏସ୍‌ ଡିଭାଇସ୍‌ରେ ସେଟ୍‌ କରିବାର ସୁବିଧା ରହିଛି।

About The Author: The Sakala