ଦିନକୁ ଦିନ ସ୍ମାର୍ଟଫୋନ୍ର ଫିଚର୍ଗୁଡ଼ିକରେ ଅନେକ ପରିବର୍ତ୍ତନ ଆସିବାରେ ଲାଗିଛି। ଫାଷ୍ଟ୍ ପ୍ରୋସେସର୍ରୁ ଆରମ୍ଭ କରି ହାଇ-ରିଜୋଲ୍ୟୁସନ୍ ଫଟୋ କ୍ବାଲିଟି, ସବୁଥିରେ ସ୍ମାର୍ଟଫୋନ୍ର ଅପ୍ଡେଟ୍ ଦେଖିବାକୁ ମିଳୁଛି। କିନ୍ତୁ ବ୍ୟାଟେରି ଲାଇଫ୍ରେ ସେଭଳି କିଛି ଆଖିଦୃଶୀୟା ପରିବର୍ତ୍ତନ ଆସିନାହିଁ। ଫାଷ୍ଟ୍ ଚାର୍ଜିଙ୍ଗ୍ ସୁବିଧା ଥିଲେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟାଟେରି ଚାର୍ଜ ରହିପାରୁନାହିଁ। ତେବେ ଏମିତି କିଛି ଟିପ୍ସ ଅଛି, ଯାହାଦ୍ବାରା ଫୋନ୍ ବ୍ୟାଟେରିର ବ୍ରେକ୍ଅପ୍ ସମୟରେ ବୃଦ୍ଧି ହୋଇପାରିବ। ଆସନ୍ତୁ ଜାଣିବା ଏ ସମ୍ପର୍କରେ।
-ବ୍ୟାଟେରି ଲାଇଫ୍ ବଢ଼ାଇବା ପାଇଁ ଫୋନ୍ରେ ଥିବା ଅନାବଶ୍ୟକ ଆପ୍ଗୁଡ଼ିକୁ ଅନ୍ଇନଷ୍ଟାଲ୍ କରିଦିଅନ୍ତୁ। ଏହା ସହିତ ଅଧିକ ଗ୍ରାଫିକ୍ସଯୁକ୍ତ ବ୍ୟାକ୍ଗ୍ରାଉଣ୍ଡ୍ ରଖନ୍ତୁ ନାହିଁ।
-ଦରକାର ନଥିଲେ, ସବୁବେଳେ ୱାଇଫାଇ ଓ ବ୍ଲୁଟୁଥ୍ ଅନ୍ କରି ରଖନ୍ତୁ ନାହିଁ।
-ସାଧାରଣତଃ ସ୍ମାର୍ଟଫୋନ୍ ୟୁଜର୍ସମାନେ ସ୍କ୍ରିନ୍ ଟାଇମ୍ ଆଉଟ୍କୁ ୨ରୁ ୩ ମିନିଟ୍ ସେଟ୍ କରି ରଖିଥାନ୍ତି। ଏଭଳି କରିବା ଦ୍ବାରା ବ୍ୟାଟେରିର ଲାଇଫ୍ ବଢ଼ି ନଥାଏ। ଏଥିରେ ପରିବର୍ତ୍ତନ ଆଣି ୩୦ ସେକେଣ୍ଡ୍ ରଖନ୍ତୁ।
-ପ୍ରତ୍ୟେକ ଆପ୍ର ନୋଟିଫିକେସନ୍ ବଦଳରେ କେବଳ ଅଧିକ ଜରୁରି ଆପ୍ର ନୋଟିଫିକେସନ୍କୁ ଚାଲୁ ରଖନ୍ତୁ। ଏହାଦ୍ବାରା ବ୍ୟାଟେରି ସଞ୍ଚୟ ହୋଇଥାଏ।