ଚନ୍ଦ୍ର କକ୍ଷକୁ ୯ ହଜାର ଥର ପରିକ୍ରମଣ କଲା ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ : ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୨ର ୨ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରା) ପକ୍ଷରୁ ସୋମବାର ଚନ୍ଦ୍ର ବିଜ୍ଞାନ କର୍ମଶାଳା ୨୦୨୧ ଉଦଘାଟନ କରାଯାଇଛି। ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ. ଶିଭନ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷକୁ ୯ ହଜାରରୁ ଅଧିକ ଥର ପରିକ୍ରମଣ କଲାଣି । ସେ ଚନ୍ଦ୍ରଯାନ-୨ କକ୍ଷର ପେଲୋଡ ତଥ୍ୟ ମଧ୍ୟ ଜାରି କରିଛନ୍ତି। ଏହାର ୮ଟି ପେଲୋଡ ସାହାଯ୍ୟରେ ବୈଜ୍ଞାନିକମାନେ ଗବେଷଣା […]

ବେଙ୍ଗାଲୁରୁ : ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୨ର ୨ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରା) ପକ୍ଷରୁ ସୋମବାର ଚନ୍ଦ୍ର ବିଜ୍ଞାନ କର୍ମଶାଳା ୨୦୨୧ ଉଦଘାଟନ କରାଯାଇଛି। ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ. ଶିଭନ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷକୁ ୯ ହଜାରରୁ ଅଧିକ ଥର ପରିକ୍ରମଣ କଲାଣି । ସେ ଚନ୍ଦ୍ରଯାନ-୨ କକ୍ଷର ପେଲୋଡ ତଥ୍ୟ ମଧ୍ୟ ଜାରି କରିଛନ୍ତି। ଏହାର ୮ଟି ପେଲୋଡ ସାହାଯ୍ୟରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ବୈଜ୍ଞାନିକ ତଥ୍ୟକୁ ଶିକ୍ଷା ଏବଂ ପ୍ରତଷ୍ଠାନ ଗୁଡିକର ଅଧ୍ୟୟନ ଲାଗି ଜାରି କରାଯାଉଛି। ଏହି କର୍ମଶାଳାକୁ ଫେସବୁକ ଏବଂ ଏଜେନ୍ସିର ୱେବସାଇଟରେ ଲାଇଭ କରାଯାଇଥିଲା। ଚନ୍ଦ୍ରଯାନ-୨ ପ୍ରକଳ୍ପର ନିର୍ଦ୍ଦେଶକ ବନିତା ଏମ କହିଛନ୍ତି ଯେ ଅର୍ବିଟରର ସମସ୍ତ ସବ-ସିଷ୍ଟମ ଭଲଭାବେ କାମ କରୁଛି। ଏହା ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରିବ। ଅର୍ବିଟରର ଇମେଜିଙ୍ଗ ପେଲୋଡ ଟିଏମସି-୨(ଟେରେନ ମ୍ୟାପିଂ କ୍ୟାମେରା), ଆଇଆଇଆରଏସ(ଇମେଜିଂ ଆଇଆର ସ୍ପେକ୍ଟୋମିଟର) ଏବଂ ଓଏଚଆରସି(ଅର୍ବିଟର ହାଇ ରିଜୋଲ୍ୟୁସନ କ୍ୟାମେରା) ଚନ୍ଦ୍ରର ଭଲ ଫଟୋ ପ୍ରଦାନ କରୁଛି।

About The Author: The Sakala