ଅହମ୍ମଦାବାଦରେ ଭାରତର ଘାତକ ବୋଲିଂ : ୨ ଶହ ଛୁଇଁ ପାରିଲାନି ପାକିସ୍ତାନ, ୧୯୧ରେ ହେଲା ଅଲ୍‌ଆଉଟ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତୀୟ ବୋଲର ଧମାକା କରିଛନ୍ତି। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପୁରା ପାକିସ୍ତାନ ଟିମ୍‌ ଧରାଶାୟୀ ହୋଇଯାଇଛି। ଉଭୟ ପ୍ରେସ୍‌,ସ୍ପିନ୍‌ ବୋଲରଙ୍କ ଦମ୍‌ଦାର ବୋଲିଂରେ ପାକିସ୍ତାନ ଟିମ୍‌ ୨ ଶହ ରନ୍‌ ଛୁଇଁ ପାରିନି। ମାତ୍ର ୧୯୧ ରନ୍‌ରେ ପାକିସ୍ତାନର ସବୁ ୱିକେଟ ପତନ ହୋଇଛି। ଫଳରେ ଆଜିର ମ୍ୟାଚ ଜିତିବାକୁ ଭାରତକୁ ୧୯୨ ରନ୍ ଲକ୍ଷ୍ୟ ମିଳିଛି। ଆଜିର ମ୍ୟାଚରେ ଟସ୍‌ […]

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତୀୟ ବୋଲର ଧମାକା କରିଛନ୍ତି। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପୁରା ପାକିସ୍ତାନ ଟିମ୍‌ ଧରାଶାୟୀ ହୋଇଯାଇଛି। ଉଭୟ ପ୍ରେସ୍‌,ସ୍ପିନ୍‌ ବୋଲରଙ୍କ ଦମ୍‌ଦାର ବୋଲିଂରେ ପାକିସ୍ତାନ ଟିମ୍‌ ୨ ଶହ ରନ୍‌ ଛୁଇଁ ପାରିନି। ମାତ୍ର ୧୯୧ ରନ୍‌ରେ ପାକିସ୍ତାନର ସବୁ ୱିକେଟ ପତନ ହୋଇଛି। ଫଳରେ ଆଜିର ମ୍ୟାଚ ଜିତିବାକୁ ଭାରତକୁ ୧୯୨ ରନ୍ ଲକ୍ଷ୍ୟ ମିଳିଛି।

ଆଜିର ମ୍ୟାଚରେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଯାହା ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ବୋଲିଂ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପ୍ରଥମ ୭ ଓଭର ପର୍ଯ୍ୟନ୍ତ ପାକିସ୍ତାନ ଭଲ ବ୍ୟାଟିଂ କରିଥିଲା। ଏହାପରେ କିନ୍ତୁ ପାକିସ୍ତାନର ବେଳା ଖରାପ କରିଦେଇଥିଲେ ଭାରତୀୟ ବୋଲର। ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରିଥିଲେ। ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।

ପ୍ରଥମ ୭ ଓଭର ପର୍ଯ୍ୟନ୍ତ ପାକିସ୍ତାନ ଭଲ ବ୍ୟାଟିଂ କରିଥିଲା। ଏହାପରେ କିନ୍ତୁ ପାକିସ୍ତାନର ବେଳା ଖରାପ କରିଦେଇଥିଲେ ଭାରତୀୟ ବୋଲର। ଶାର୍ଦ୍ଦୁଲ ଠାକୁରଙ୍କୁ ଛାଡି ଭାରତର ସମସ୍ତ ୫ ବୋଲ ଦୁଇ ଦୁଇଟି ୱିକେଟ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ ସମସ୍ତେ ଦୁଇଟି ଲେଖାଏଁ କରି ପାକିସ୍ତାନର ୧୦ ୱିକେଟ ବାଣ୍ଟି ନେଇଛନ୍ତି।

୭.୬ ବଲରେ ପାକିସ୍ତାନର ପ୍ରଥମ ୱିକେଟ ପତନ ହୋଇଥିଲା। ଏହାପରେ ପାକିସ୍ତାନ ପୁଣିଥରେ ସ୍ଥିତି ଦୃଢ କରୁଥିବା ବେଳେ ପାକିସ୍ତାନକୁ ଦ୍ବିତୀୟ ଝଟକା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହାପରେ ପାକିସ୍ତାନର ଇନ୍‌ଫର୍ମ ବ୍ୟାଟର କ୍ୟାପଟେନ୍‌ ବାବର ଆଜାମଙ୍କୁ ଆଉଟ କରି ମହମ୍ମଦ ଶିରାଜ ବଡ଼ ଝଟକା ଦେଇଥିଲେ। ସଉଦ ସକିଲଙ୍କୁ ଆଉଟ କରି କୁଲଦୀପ ଯାଦବ ପାକିସ୍ତାନକୁ ୪ର୍ଥ ଝଟକା ଦେଇଥିଲେ। ଏହା ପରେ କୁଲଦୀପ ଯାଦବ ପୁଣି ଇଫତିଖର ଅହମଦକୁ କ୍ଲିନ୍‌ ବୋଲ୍ଡ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ୩୩ ଓଭର ଶେଷ ସୁଦ୍ଧା ୫ ୱିକେଟ ହରାଇ ପାକିସ୍ତାନ ୧୬୬ ରନ୍‌ କରିଥିଲା। ଏହି ସମୟରେ ମଧ୍ୟ ଲାଗୁଥିଲା ପାକିସ୍ତାନ ୨ଶହ ଛୁଇଁଯିବ। ହେଲେ ଭାରତୀୟ ବୋଲର ତାହା କରିବାକୁ ଦେଇନଥିଲେ। ଏହାପର ଓଭରରେ ଇନ୍‌ଫର୍ମ ବ୍ୟାଟର ମହମ୍ମଦ ରିଜୱାନଙ୍କୁ ଆଉଟ କରିଥିଲେ ଯଶପ୍ରୀତ ବୁମରା। ବ୍ୟକ୍ତିଗତ ୪୯ ରନ୍‌ କରି ଯଶପ୍ରୀତ ବୁମରାଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ ମହମ୍ମଦ ରିଜୱାନ। ଏହାପରେ ପାକିସ୍ତାନ ଲଗାତର ୱିକେଟ ହରାଇ ଚାଲିଥିଲା। ୩୫.୨ ଓଭରରେ ଯଶପ୍ରୀତ ବୁମରାଙ୍କ ବୋଲରେ ବୋଲ୍ଡ ହୋଇଥିଲେ  ଶଦାବ ଖାନ। ଅଷ୍ଟମ ୱିକେଟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଯଶପ୍ରୀତ ବୁମରାଙ୍କ ଦ୍ବାରା କ୍ୟାଚ୍‌ ଆଉଟ ହୋଇଥିଲେ ମହମ୍ମଦ ନୱାଜ। ଏହାପରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ନବମ ୱିକେଟ ଭାବେ ଆଉଟ ହୋଇଥିଲେ ହାସନ ଅଲି । ଏହାପରେ ପୁଣି ରବିନ୍ଦ୍ର ଜାଡେଜା ହାରସ ରୌଫଙ୍କ ୱିକେଟ ନେଇ ପାକିସ୍ତାନ ଇନିଂସରେ ପୂର୍ବଚ୍ଛେଦ ଟାଣିଥିଲେ।

About The Author: The Sakala