ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି।
ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ ୧୮ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ଅଧିନାୟକ ସାଇ ହୋପ୍ ୪୫ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟର ୧୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟକୌଣସି ଖେଳାଳି ବ୍ୟାଟିଂରେ ସଫଳ ହୋଇ ନଥିଲେ।
ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।