ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ୫ ୱିକେଟ୍‌ରେ ଜିତିଲା ଭାରତ

ବ୍ରିଜ୍‌‌ଟାଉନ୍‌‌: ଦୁଇ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌‌ରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜ୍‌‌କୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ରେ ଭାରତ ୧-୦ରେ ଆଗୁଆ ରହିଛି। ଦିନିକିଆ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ଏହିଠାରେ ଶନିବାର (ଜୁଲାଇ୨୯) ଖେଳାଯିବ। ଏହି ମ୍ୟାଚ୍‌‌ରେ କୁଲଦୀପ ୬ ରନ୍‌‌ରେ ୪ଟି ଓ ଜାଡେଜା ୩୭ ରନ୍‌‌ରେ ୩ଟି ୱିକେଟ ନେବା […]

ବ୍ରିଜ୍‌‌ଟାଉନ୍‌‌: ଦୁଇ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌‌ରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜ୍‌‌କୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ରେ ଭାରତ ୧-୦ରେ ଆଗୁଆ ରହିଛି। ଦିନିକିଆ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ଏହିଠାରେ ଶନିବାର (ଜୁଲାଇ୨୯) ଖେଳାଯିବ।

ଏହି ମ୍ୟାଚ୍‌‌ରେ କୁଲଦୀପ ୬ ରନ୍‌‌ରେ ୪ଟି ଓ ଜାଡେଜା ୩୭ ରନ୍‌‌ରେ ୩ଟି ୱିକେଟ ନେବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ୨୩ ଓଭରରେ ୧୧୪ ରନ୍‌‌ କରିଥିଲା। ଜବାବରେ ଭାରତ ୨୨.୫ ଓଭରରେ ୫ୱିକେଟ ହରାଇ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ପାଳି ଆରମ୍ଭ କରିଥିବା ଇଶାନ କିସାନ ସର୍ବାଧିକ ୫୨ (୪୬ବଲ୍‌‌, ୭ ଚୌକା, ୧ଛକା), ସୂର୍ଯ୍ୟକୁମାର ଯାଦବ ୧୯ ରନ୍‌‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ ୭, ହାର୍ଦ୍ଦିକ ପାଣ୍ଡ୍ୟା ୫, ଶାର୍ଦ୍ଦୁଳ ଠାକୁର ୧ ରନ୍‌‌ରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୬ ରନ୍‌‌ରେ ଅପରାଜିତ ରହିଥିଲେ। ନଂ-୭ରେ ବ୍ୟାଟିଂ କରିବାକୁ ଆସି ରୋହିତ ଶର୍ମା ୧୨ ରନ୍‌‌ କରିଥିଲେ ଓ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ନଥିଲେ।

ଏହି ମ୍ୟାଚ୍‌‌ରେ ଟସ୍‌‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌‌ ଆରମ୍ଭରୁ କ୍ରମାଗତ ୱିକେଟ ହରାଇଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ପେସ୍‌‌ ବୋଲରମାନେ ଘରୋଇ ଦଳର ପ୍ରଥମ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏମାନଙ୍କ ପରେ ବାମହାତୀ ସ୍ପିନର ଜାଡେଜା ବୋଲିଂ କରିବାକୁ ଆସି ମିଡଲ ଅର୍ଡରରେ ୩ଜଣଙ୍କୁ ଆଉଟ କରିଦେଇଥିଲେ। ୱେଷ୍ଟଇଣ୍ଡିଜ୍‌‌ର ସ୍କୋର ୧୮ ଓଭର ଶେଷସୁଦ୍ଧା ୬ ୱିକେଟରେ ୯୭ ରନ୍‌‌ ଥିଲା। ୧୯ତମ ଓଭରରେ କୁଲଦୀପ ବୋଲିଂ କରିବାକୁ ଆସିବା ପରେ ୱେଷ୍ଟଇଣ୍ଡିଜ ତାଙ୍କୁ ମୁକାବିଲା କରି ନପାରି ଶେଷ ୪ଟି ୱିକେଟକୁ ମାତ୍ର ୧୮ ରନ୍‌‌ରେ ହରାଇଥିଲା। କୁଲଦୀପ ମାତ୍ର ୩ ଓଭର ବୋଲିଂ କରି ୨ଟି ମେଡେନ ସହ ୬ ରନ୍‌‌ରେ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଘରୋଇ ଦଳ ପକ୍ଷରୁ ୯ମ ଖେଳାଳିଭାବେ ଆଉଟ ହୋଇଥିବା ଅଧିନାୟକ ସାଇ ହୋପ୍‌‌ ସର୍ବାଧିକ ୪୩ ରନ୍‌‌ କରିଥିଲେ।

About The Author: The Sakala