ବିନେଶ ଫୋଗଟଙ୍କ ପଦକ ଆବେଦନ ଖାରଜ

ନୂଆଦିଲ୍ଲୀ: ଅଭିଜ୍ଞ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ମିଳିବନି ପଦକ। ‘କାସ୍‌’ରେ ବିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ସୂଚନା । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ଅଧିକ ଓଜନ ପାଇଁ ଫାଇନାଲ୍‌ ପୂର୍ବରୁ ସେ ଡିସ୍‌କ୍ବାଲିଫାଏ ହୋଇଥିଲେ। ବିନେଶ ଫୋଗଟଙ୍କୁ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କାସ୍‌‌ (କୋର୍ଟ ଅଫ୍‌‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ) ରେ ଅପିଲ କରିଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ହେବାକୁ […]

ନୂଆଦିଲ୍ଲୀ: ଅଭିଜ୍ଞ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ମିଳିବନି ପଦକ। ‘କାସ୍‌’ରେ ବିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ସୂଚନା । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ଅଧିକ ଓଜନ ପାଇଁ ଫାଇନାଲ୍‌ ପୂର୍ବରୁ ସେ ଡିସ୍‌କ୍ବାଲିଫାଏ ହୋଇଥିଲେ। ବିନେଶ ଫୋଗଟଙ୍କୁ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କାସ୍‌‌ (କୋର୍ଟ ଅଫ୍‌‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ) ରେ ଅପିଲ କରିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ହେବାକୁ ଥିବା ମହିଳା କୁସ୍ତିର ୫୦ କିଲୋଗ୍ରାମ ଫାଇନାଲ ପୂର୍ବରୁ ବିନେଶଙ୍କୁ ୧୦୦ ଗ୍ରାମ ଅଧିକ ଓଜନ କାରଣ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଫଳରେ ନିଶ୍ଚିତ ରୌପ୍ୟ ଜିତିବାକୁ ଥିବା ବିନେଶଙ୍କ ପୂରା ଦେଶ ସ୍ତବ୍ଧ ହୋଇଥିଲା। ଅଲିମ୍ପିକ୍‌ ଆୟୋଜନ କମିଟି ସେମିରେ ବିନେଶଙ୍କଠାରୁ ହାରିଥିବା କ୍ୟୁବାର ୟୁସ୍ନେଲିସଙ୍କୁ ଆମେରିକାର ସାରାଙ୍କ ସହ ଫାଇନାଲ ଲଢ଼ିବାକୁ ସୁଯୋଗ ଦିଆଯାଇଥିଲା। ସାରା ଏଠାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ବିଶ୍ୱକୁସ୍ତିର ସର୍ବୋଚ ସଂସ୍ଥା ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଓ ପ୍ୟାରିସ୍‌ ଅଲିମ୍ପିକ୍‌ ଆୟୋଜନ କମିଟିକୁ ପକ୍ଷଭୁକ୍ତ କରି ଏହି ବିନେଶ ସେମାନଙ୍କ ବିରୋଧରେ ମକଦ୍ଦମା କରିଥିଲେ।

About The Author: The Sakala