ଟି-ଟ୍ୱେଣ୍ଟି ବିଶ୍ୱକପ: ସୁପର୍ ଓଭରରେ ଆମେରିକା ଠାରୁ ହାରିଲା ପାକିସ୍ତାନ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ରୋମାଞ୍ଚକର ବିଜୟ ହାସଲ କରିଛି ଆମେରିକା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। […]

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ରୋମାଞ୍ଚକର ବିଜୟ ହାସଲ କରିଛି ଆମେରିକା।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। ସୁପର୍ ଓଭରରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ବଲିଂ କରିଥିବା ବେଳେ ଆମେରିକା ୧୮ ରନ୍ ସଂଗ୍ରହ କରିଥିଲା।

ଏହାପରେ ଆମେରିକା ପକ୍ଷରୁ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକର ବଲିଂ କରିଥିଲେ। ସୌରଭଙ୍କ ଷାଣିତ ବୋଲିଂ ଆମେରିକାକୁ ବିଜୟ ଭେଟି ଦେଇଛି।

କାରଣ ସୁପର୍ ଓଭରରେ ପାକିସ୍ତାନ ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୫ ରନରେ ବିଜୟୀ ଆମେରିକା ଘୋଷିତ ହୋଇଥିଲା। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି ଆୟୋଜକ ଟିମ୍।

 

About The Author: The Sakala