ଟୋକିଓ ପାରାଲିମ୍ପିକ୍ସ : ବିଶ୍ୱ ରେକର୍ଡ ସହ ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ଜିତିଲେ ସୁମିତ୍ ଅନ୍ତିଲ୍‌

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ। ଜାଭେଲିନ୍‌ ଥ୍ରୋରେ ସୁମିତ ଅନ୍ତିଲ୍‌ଙ୍କୁ ଗୋଲ୍ଡ ମେଡାଲ ମିଳିଛି । ଏହା​ ସହିତ ଟୋକିଓ ପାରାଅଲିମ୍ପିକରେ ଭାରତରେ ସ୍ବର୍ଣ୍ଣ ପଦକ ସଂଖ୍ୟା ୨ ସହ ମୋଟ୍‌ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। The World Record has been broken ! India 🇮🇳 has won another GOLD🥇 […]

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ। ଜାଭେଲିନ୍‌ ଥ୍ରୋରେ ସୁମିତ ଅନ୍ତିଲ୍‌ଙ୍କୁ ଗୋଲ୍ଡ ମେଡାଲ ମିଳିଛି । ଏହା​ ସହିତ ଟୋକିଓ ପାରାଅଲିମ୍ପିକରେ ଭାରତରେ ସ୍ବର୍ଣ୍ଣ ପଦକ ସଂଖ୍ୟା ୨ ସହ ମୋଟ୍‌ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।


ବିଶ୍ୱ ରେକର୍ଡ ସହ ସୁମିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୬୮.୫୫ ମିଟର ଯାଏଁ ଜାଭେଲିନ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି।

About The Author: The Sakala