ବିଧିବଦ୍ଧ ଭାବେ ଉନ୍ମୋଚନ ହେଲା ଭାରତୀୟ ଟିମର ଟି-୨୦ ବିଶ୍ୱକପ ଜର୍ସି

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଭାରତୀୟ ଟିମର ଟି-୨୦ ବିଶ୍ୱକପର ଜର୍ସି ଉନ୍ମୋଚନ ହୋଇଛି। ଏଥିସହ ନୂଆ ରଙ୍ଗ ରୂପରେ ଟିମ ଇଣ୍ଡିଆ ଜର୍ସି ଦେଖିବାକୁ ମିଳିଛି। ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜର୍ସିକୁ ଲଞ୍ଚ କରାଯାଇଛି। ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉନ୍ମୋଚନ ସମୟର ଭିଡିଓକୁ ବିସିସିଆଇ ନିଜ ଅଫିସିଆଲ ପେଜରେ ପୋଷ୍ଟ କରିଛି। ହେଲିକପ୍ଟର ଜରିଆରେ ଜର୍ସିକୁ ଧର୍ମଶାଳା ଷ୍ଟାଡିୟମରେ ରୋହିତ, କୁଲଦୀପ […]

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଭାରତୀୟ ଟିମର ଟି-୨୦ ବିଶ୍ୱକପର ଜର୍ସି ଉନ୍ମୋଚନ ହୋଇଛି। ଏଥିସହ ନୂଆ ରଙ୍ଗ ରୂପରେ ଟିମ ଇଣ୍ଡିଆ ଜର୍ସି ଦେଖିବାକୁ ମିଳିଛି। ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜର୍ସିକୁ ଲଞ୍ଚ କରାଯାଇଛି। ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉନ୍ମୋଚନ ସମୟର ଭିଡିଓକୁ ବିସିସିଆଇ ନିଜ ଅଫିସିଆଲ ପେଜରେ ପୋଷ୍ଟ କରିଛି। ହେଲିକପ୍ଟର ଜରିଆରେ ଜର୍ସିକୁ ଧର୍ମଶାଳା ଷ୍ଟାଡିୟମରେ ରୋହିତ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜାଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଥିଲା। ଆଜି ବିଧିବଦ୍ଧ ଭାବେ ଜର୍ସିକୁ ଉନ୍ମୋଚନ କରାଯାଇଛି। ନୂଆ ଜର୍ସିର ହାତ ଓ ବେକରେ ନାରଙ୍ଗୀ ରଙ୍ଗକୁ ସ୍ଥାନ ଦିଆଯାଇଛି। ଜୁନ ୨ରୁ ଆରମ୍ଭ ହେବ ବିଶ୍ୱକପ ମହାସମର। ଆମେରିକା ଓ ୱେଷ୍ଟଇଣ୍ଡିଜ ଟି ୨୦ ବିଶ୍ୱକପ ଆରମ୍ଭ ହେବ।

About The Author: The Sakala