ଦ୍ବିତୀୟ ଟେଷ୍ଟ୍‌: ଭାରତର ଘାତକ ବୋଲିଂ, ପ୍ରଥମ ପାଳିରେ ୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ ଖେଳାଯାଉଛି। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।  ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂରେ ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ ଦକ୍ଷିଣ ଆଫ୍ରିକା । ଭାରତୀୟ ବୋଲର ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିବାବେଳେ ବୁମରା ଏବଂ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାତ୍ର ୨ […]

କେପ୍‌ଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ ଖେଳାଯାଉଛି। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।  ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂରେ ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ ଦକ୍ଷିଣ ଆଫ୍ରିକା ।

ଭାରତୀୟ ବୋଲର ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିବାବେଳେ ବୁମରା ଏବଂ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁଛନ୍ତି । ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନାହାନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ୪ ଜଣ ବୋଲିଂ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣ ଓ୍ବିକେଟ ଅକ୍ତିଆର କରିନାହାନ୍ତି । କେବଳ ପେସରମାନେ ବୋଲିଂ କରିଥିବାବେଳେ ସ୍ପିନର ସୁଯୋଗ ପାଇନାହାନ୍ତି । ଜାଡେଜା ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ବୋଲିଂ କରିନାହାନ୍ତି । ସିରାଜ ୯ ଓଭର ବୋଲିଂ କରି ୬ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏଥି ମଧ୍ୟରେ ୩ ଓଭର ମେଡେନ ରହିଛି ।

About The Author: The Sakala