ମେଲବର୍ଣ୍ଣ: ଇତିହାସ ରଚିଲେ ରାଫେଲ୍ ନାଦାଲ୍। ସ୍ପେନର ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ପରାନ୍ତ କରିଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ।
ଏହି ଟାଇଟେଲ ସହ ନାଦାଲ୍ ଅନ୍ୟ ଦୁଇ ମହାନ ଖେଳାଳି ସ୍ଵିଜରଲ୍ୟାଣ୍ଡର ରୋଜର ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି । ଫେଡେରର୍ ଓ ଜୋକୋଭିଚ୍ ୨୦ଟି ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଛନ୍ତି।
ସୂଚନା ଅନୁଯାୟୀ, ୨୦୦୯ରେ ନାଦାଲ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଏହାପରେ ସେ ୪ ଥର ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ହାରି ଯାଇଥିଲେ।