ମୁମ୍ଵାଇ: ଆଜି ଆଇପିଏଲରେ ଖେଳାଯାଉଛି ଷଷ୍ଠ ମ୍ୟାଚ୍। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକତା ନାଇଟ୍ ରାଇଡର୍ସ (କେକେଆର୍) ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ଆରସିବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କେକେଆର ୧୨୮ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁକୁ ୧୨୯ରନର ଆବଶ୍ୟକତା ରହିଛି।
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଜିଙ୍କ୍ୟ ରାହାଣେ (୯), ଭେଙ୍କଟେଶ ଆୟର(୧୦), ନୀତିଶ ରାଣା(୧୦), ଶ୍ରେୟସ ଆୟର(ଅଧିନାୟକ) (୧୩), ସେଲଡନ ଜ୍ୟାକସ (୦), ସୁନିଲ ନାରିନ (୧୨) ରନ କରି ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ଓ ସାମ ବିଲିଙ୍ଗ୍ସ ପାରିକୁ ସମ୍ଭାଳିଥିଲେ। ଆନ୍ଦ୍ରେ ରସେଲ ବିସ୍ପୋରକ ବ୍ୟାଟିଂ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ରସେଲ ୧୮ ବଲରେ ୨୫ ରନ କରି ଆଉଟ ହୋଇଥିଲେ। ସାମ ବିଲିଙ୍ଗ୍ସ ୧୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ଟିମ୍ ସାଉଦି (୧) , ଉମେଶ ଯାଦବ(୧୮) ରନ କରି ଆଉ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ (୧୦) ରନ କରି ଅପରାଜିତ ରହିଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ସର୍ବାଧିକ ୪ ୱିକେଟ ନେଇଥିଲେ। ଆକାଶ ଦୀପ ୩ଟି ୱିକେଟ ଅକ୍ତିଆର କରିଥିଲେ। ହର୍ଷଲ ପଟେଲ୍ ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।