ହସ୍ପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ

ଏଡିଲେଡ୍: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ତେବେ ସେ ଆହତ କାରଣରୁ ମେଡିକାଲରେ ଭର୍ତ୍ତି ହୋଇନାହାଁନ୍ତି ବରଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ। ଖବର ଅନୁଯାୟୀ, ମ୍ୟାକ୍ସୱେଲ ଏଡିଲେଡର ଏକ ପ୍ରସିଦ୍ଧ ଗୋଲ୍ଫ ଇଭେଣ୍ଟରେ ସାମିଲ ହୋଇଥିଲେ। ପରେ ସେ ଏକ ପବରେ ପାର୍ଟି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟଲିଙ୍କ ବ୍ୟାଣ୍ଡ ସିକ୍ସ ଏବଂ ଆଉଟ୍ ମଧ୍ୟ ପବରେ ପ୍ରଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ପବ୍ ରେ […]

ଏଡିଲେଡ୍: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ତେବେ ସେ ଆହତ କାରଣରୁ ମେଡିକାଲରେ ଭର୍ତ୍ତି ହୋଇନାହାଁନ୍ତି ବରଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ।

ଖବର ଅନୁଯାୟୀ, ମ୍ୟାକ୍ସୱେଲ ଏଡିଲେଡର ଏକ ପ୍ରସିଦ୍ଧ ଗୋଲ୍ଫ ଇଭେଣ୍ଟରେ ସାମିଲ ହୋଇଥିଲେ। ପରେ ସେ ଏକ ପବରେ ପାର୍ଟି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟଲିଙ୍କ ବ୍ୟାଣ୍ଡ ସିକ୍ସ ଏବଂ ଆଉଟ୍ ମଧ୍ୟ ପବରେ ପ୍ରଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ପବ୍ ରେ ପାର୍ଟି ଚାଲିଥିବା ସମୟରେ ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ  କରିଥିଲେ। ଯାହା ପରେ ତାଙ୍କ ଅବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ରୟାଲ ଆଡିଲେଡ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ଆହୁରି ମଧ୍ୟ କୁହାଯାଉଛି ଯେ ମ୍ୟାକ୍ସୱେଲ ଅଧିକ ସମୟ ଧରି ହସ୍ପିଟାଲରେ ରହିନଥିଲେ। ଚିକିତ୍ସା ପରେ ସେ ଫେରି ଆସିଥିଲେ। ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ।

About The Author: The Sakala