ଆଜିଠାରୁ ପୁଣି ଖେଳାଯିବ IPL, ଜାଣନ୍ତୁ ଏବେ କେଉଁ ଟିମର କ’ଣ ରହିଛି ସ୍ଥିତି…

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ଏକ ସପ୍ତାହ ଲାଗି ସ୍ଥଗିତ ରହିଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୮ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ଆସନ୍ତାକାଲି ବା ଶନିବାରଠାରୁ ପୁଣି ଖେଳାଯିବ। ଧର୍ମଶାଳାରେ ମେ ୮ ତାରିଖ ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ବାତିଲ କରାଯିବା ପରେ ଆଇପିଏଲ୍‌କୁ ବନ୍ଦ ରଖାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ମେ ୧୭ରୁ ଜୁନ୍‌ ୩ ତାରିଖଯାଏ ଟୁର୍ଣ୍ଣାମେଣ୍ଟର […]

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ଏକ ସପ୍ତାହ ଲାଗି ସ୍ଥଗିତ ରହିଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୮ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ଆସନ୍ତାକାଲି ବା ଶନିବାରଠାରୁ ପୁଣି ଖେଳାଯିବ। ଧର୍ମଶାଳାରେ ମେ ୮ ତାରିଖ ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ବାତିଲ କରାଯିବା ପରେ ଆଇପିଏଲ୍‌କୁ ବନ୍ଦ ରଖାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ମେ ୧୭ରୁ ଜୁନ୍‌ ୩ ତାରିଖଯାଏ ଟୁର୍ଣ୍ଣାମେଣ୍ଟର ବାକିଥିବା ୧୭ଟି ମ୍ୟାଚ୍‌କୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଖେଳସୂଚୀ ବଦଳିବା ସହ ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ ହୋଇଛି। ଖେଳ ବନ୍ଦ ରହିବା ଫଳରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଭିନ୍ନ ଭିନ୍ନ କାରଣରୁ ଏକାଧିକ ଖେଳାଳି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। କେତେକ ଟିମ୍‌ ନୂଆ ବଦଳ ଖେଳାଳିଙ୍କୁ ସାମିଲ କରିଥିଲା ବେଳେ ଆଉ କେତେକ ଅନାବଶ୍ୟକ ବିଦେଶୀଙ୍କୁ ନ ଫେରାଇବାକୁ ନିଷ୍ପତ୍ତି ନେଇଛି। ଯେଉଁ ଟିମ୍‌ ଗୁଡ଼ିକ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି ସେମାନେ ବାକିଥିବା ମ୍ୟାଚ୍‌ରେ ନୂଆ ଖେଳାଳିଙ୍କୁ ଖେଳିବାକୁ ଉଚିତ ମନେକରିଛନ୍ତି। ଏବେ କେବଳ ୬ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି। କିନ୍ତୁ ପ୍ଲେ ଅଫ୍‌ର ୪ଟି ମ୍ୟାଚ୍‌ କେଉଁଠାରେ ଖେଳାଯିବ ତାହା ସ୍ଥିର ହୋଇନାହିଁ। ଏହି ମ୍ୟାଚ୍‌ ୪ଟି ହାଇଦରାବାଦ୍‌ ଓ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା।

ଏବେ କ’ଣ ରହିଛି ସ୍ଥିତି
ଆଇପିଏଲ୍‌ର ଚଳିତ ସଂସ୍କରଣରେ ଦିଲ୍ଲୀ-ପଞ୍ଜାବ ବାତିଲ ମ୍ୟାଚ୍‌କୁ ମିଶାଇ ଆଉ ୧୩ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ବାକି ରହିଛି। ଏହା ମଧ୍ୟରୁ ୬ଟି ଦଳ ୧୧ଟି ଲେଖାଏଁ ଓ ଆଉ ୪ଟି ଦଳ ୧୨ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି। ଏହି ସମୟରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୧୬ ପଏଣ୍ଟ ଲେଖାଏଁ ସଂଗ୍ରହ କରି ପଏଣ୍ଟ ଟେବଲର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଏମାନେ ପ୍ଲେ ଅଫ୍‌ରେ ଖେଳିବା ଏକପ୍ରକାର ନିଶ୍ଚିତ କରିଥିଲେ ମଧ୍ୟ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଲେ ସିଧାସଳଖ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିିବେ। ୧୧ଟି ମ୍ୟାଚ୍‌ରୁ ୧୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବା ପଞ୍ଜାବକୁ ଆଉ ୨ଟି କିମ୍ବା ସ୍ଥିତି ବଦଳିଲେ ଗୋଟିଏ ମ୍ୟାଚ୍‌ ଜିତିଲେ ପ୍ଲେ ଅଫ୍‌ ଖେଳିବ। ୧୨ଟି ମ୍ୟାଚ୍‌ରୁ ମୁମ୍ବାଇ ଇଣ୍ଡିଆନ୍ସ ୧୪, ୧୧ଟି ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ପଏଣ୍ଟ, କୋଲକାତା ନାଇଟ୍‌ ରାଇଡର୍ସ ୧୨ ମ୍ୟାଚ୍‌ରୁ ୧୧ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୧ ମ୍ୟାଚ୍‌ରୁ ୧୦ ପଏଣ୍ଟ ପାଇ ପ୍ଲେ ଅଫ୍‌ ଦୌଡ଼ରେ ରହିଛନ୍ତି। ସନ୍‌ରାଇଜର୍ସ ହାଇଦରାବାଦ୍‌, ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ଳେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

୬ଟି ଭେନ୍ୟୁରେ ଖେଳାଯିବ ସମସ୍ତ ଲିଗ୍‌ ମ୍ୟାଚ୍‌
ଏହି ଟୁର୍ଣ୍ଣାମେଣ୍ଟରେ ବାକିଥିବା ୧୩ଟି ଲିଗ୍‌ ମ୍ୟାଚ୍‌ ୬ଟି ଭେନ୍ୟୁ ଯଥା ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ ଓ ଅହମ୍ମଦାବାଦ୍‌ରେ ଖେଳାଯିବ। ଏହା ମଧ୍ୟରୁ ଦୁଇଟି ରବିବାର ମେ ୧୮ ଓ ୨୫ରେ କେବଳ ୨ଟି ଡବଲ ହେଡର ମ୍ୟାଚ୍‌ ରହିଛି। ଖେଳ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅପରାହ୍ଣ ୩ଟା ୩୦ ଓ ରାତି ୭ଟା ୩୦ରୁ ପୂର୍ବପରି ମ୍ୟାଚ୍‌ ଆରମ୍ଭ ହେବ। ମେ ୨୯ରେ କ୍ୱାଲିଫାୟର-୧, ମେ ୩୦ରେ ଏଲିମିନେଟର, ଜୁନ୍‌ ୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ।

About The Author: The Sakala