ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପୂର୍ବରୁ ଭାରତର ଭଲ ଅଭ୍ୟାସ

ଚେଷ୍ଟର-ଲୀ-ଷ୍ଟ୍ରୀଟ୍‍(ଏଜେନ୍ସି) : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପୂର୍ବରୁ ଏଠାରେ ଅନୁଷ୍ଠିତ ୩ ଦିନିଆ ମ୍ୟାଚ୍‍ରେ ଭାରତ ଭଲ ଅଭ୍ୟାସ କରିଛି। ଏହି ମ୍ୟାଚ୍‍ରେ ଲୋକେଶ ରାହୁଲ ୧୦୧ ଓ ରବୀନ୍ଦ୍ର ଜାଡେଜା ୭୫ ରନ୍‍ କରିବା ଫଳରେ ଭାରତ ପ୍ରଥମ ଇନିଂସରେ ୩୧୧ ରନ୍‍ କରିଥିଲା। ଜବାବରେ ହସୀବ ହମିଦ୍‍ (୧୧୨)ଙ୍କ ଶତକ ବଳରେ ମନୋନୀତ କାଉଣ୍ଟି ଏକାଦଶ ୨୨୦ ରନ୍‍ରେ ଅଲଆଉଟ ହୋଇଯାଇଥିଲା। ଭାରତର ଉମେଶ ଯାଦବ ୩ଟି, ମହମ୍ମଦ୍‍ ସିରାଜ ୨ଟି ୱିକେଟ […]

ଚେଷ୍ଟର-ଲୀ-ଷ୍ଟ୍ରୀଟ୍‍(ଏଜେନ୍ସି) : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପୂର୍ବରୁ ଏଠାରେ ଅନୁଷ୍ଠିତ ୩ ଦିନିଆ ମ୍ୟାଚ୍‍ରେ ଭାରତ ଭଲ ଅଭ୍ୟାସ କରିଛି। ଏହି ମ୍ୟାଚ୍‍ରେ ଲୋକେଶ ରାହୁଲ ୧୦୧ ଓ ରବୀନ୍ଦ୍ର ଜାଡେଜା ୭୫ ରନ୍‍ କରିବା ଫଳରେ ଭାରତ ପ୍ରଥମ ଇନିଂସରେ ୩୧୧ ରନ୍‍ କରିଥିଲା। ଜବାବରେ ହସୀବ ହମିଦ୍‍ (୧୧୨)ଙ୍କ ଶତକ ବଳରେ ମନୋନୀତ କାଉଣ୍ଟି ଏକାଦଶ ୨୨୦ ରନ୍‍ରେ ଅଲଆଉଟ ହୋଇଯାଇଥିଲା। ଭାରତର ଉମେଶ ଯାଦବ ୩ଟି, ମହମ୍ମଦ୍‍ ସିରାଜ ୨ଟି ୱିକେଟ ନେଇଥିଲେ। ଇନିଂସ ଓପନ କରିଥିବା ମୟଙ୍କ ଅଗରୱାଲ ୪୭ ଓ ଚେତେଶ୍ୱର ପୂଜାରା ୩୮ ରନ୍‍, ହନୁମା ବିହାରୀ ଅପରାଜିତ ୪୩ ଓ ରବୀନ୍ଦ୍ର ଜାଡେଜା ୫୧ ରନ୍‍ କରି ରିଟାୟର୍ଡ ଆଉଟ ହେବା ପରେ ଭାରତ ୩ ୱିକେଟ ହରାଇ ୧୯୨ରନ୍‍ରେ ଇନିଂସ ସମାପ୍ତି ଘୋଷଣା କରିଥିଲା। କାଉଣ୍ଟି ଏକାଦଶ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରି ବିନା ୱିକେଟରେ ୩୧ ରନ୍‍ କରିବା ପରେ ମ୍ୟାଚ୍‌ ଡ୍ର ରହିଥିଲା। ଏହି ମ୍ୟାଚ୍‍ ହମିଦ୍‍ଙ୍କ ଲାଗି ବେଶ ଫଳପ୍ରଦ ହୋଇଥିଲାବେଳେ ଭାରତ ତାହାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‍ ନିଜ ନିଜ ମଧ୍ୟରେ ଖେଳିବ। ଏହି ମ୍ୟାଚ୍‍ ଜୁଲାଇ ୨୬ରୁ ୨୮ ଯାଏ ଏହିଠାରେ ଖେଳାଯିବ।

ସୁନ୍ଦର ବିଦା, ଫେରିଲେ ପନ୍ତ୍‍

ଏହି ମ୍ୟାଚ୍‍ ଖେଳୁଥିବା ୱାଶିଂଟନ ସୁନ୍ଦର ଆଙ୍ଗୁଳିରେ ଆଘାତ ଲାଗିବାକୁ ଇଂଲଣ୍ଡ ସିରିଜ୍‍ର ବାଦ୍‍ ପଡ଼ିଛନ୍ତି। ତାଙ୍କ ପୂର୍ବରୁ ଅଭେଶ ଖାନ୍‍ ମଧ୍ୟ ସମାନ ପରିସ୍ଥିତିରେ ବିଦା ହୋଇଥିଲେ। ଯୁବ ଓପନର ଶୁବମାନ ଗିଲ୍‍ଙ୍କୁ ମିଶାଇଲେ ଏହି ସିରିଜ୍‍ରୁ ୩ଜଣ ଖେଳାଳି ବିଦା ହୋଇ ସାରିଲେଣି। ସେହିପରି କରୋନା ସଂକ୍ରମଣକୁ ମୁକ୍ତ ହେବା ପରେ ଋଷଭ ପନ୍ତ୍‍ ଗୁରୁବାର ଦଳ ସହ ଯୋଗ ଦେଇଛନ୍ତି।

About The Author: The Sakala