ଆଇପିଏଲ୍‌ ୨୦୨୪: ଚେନ୍ନାଇକୁ ୧୭୪ ରନର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୪ ଆରମ୍ଭ ହୋଇଯାଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣ ବିଗୁଲ ବାଜିଛି। ଚଳିତ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିଣି ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଚେନ୍ନାଇ ବୋଲିଂ କରିଥିଲା। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇକୁ […]

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୪ ଆରମ୍ଭ ହୋଇଯାଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣ ବିଗୁଲ ବାଜିଛି। ଚଳିତ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିଣି ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଚେନ୍ନାଇ ବୋଲିଂ କରିଥିଲା। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇକୁ ୧୭୪ର ଆବଶ୍ୟକତା ରହିଛି।

ବେଙ୍ଗାଲୁରୁ ପକ୍ଷରୁ ଫାଫ୍‌ ଡୁପ୍ଲେସି  ୨୩ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୨୩ ବଲରେ ୩୫ ରନ କରି ଆଉଟ ହୋଇଥିଲେ। କାମେରନ ଗ୍ରୀନ୍‌ ୨୨ ବଲରେ ୧୮ ରନ ରନ କରି ଆଉଟ ହୋଇଥିବେବେଳେ ପାରିକୁ ସମ୍ଭାଳିଥିଲେ ଦୀନେଶ କାର୍ତ୍ତିକ ଓ ଅନୁଜ ରାୱତ୍‌ । ଦୀନେଶ କାର୍ତ୍ତିକ  ୨୬ ବଲରେ ୩୮ ରନ କରି ଅପରାଜିତ ରହିଥିବାବେଳେ ଅନୁଜ ରାୱତ୍‌  ୨୫ ବଲରେ ୪୮ ରନ କରି ଆଉଟ ହୋଇଥିଲେ।

ଚେନ୍ନାଇ ପକ୍ଷରୁ ମୁସ୍ତାଫିଜୁର ରହମାନ ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ଦୀପକ ଚହର ଗୋଟିଏ ୱିକେଟ ନେଇଥିଲେ।

About The Author: The Sakala