କଲକାତା-ହାଇଦରାବାଦ୍‍ ମୁକାବିଲା: ଟସ ଜିତି ହାଇଦରାବାଦର ବୋଲିଂ ନିଷ୍ପତ୍ତି

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ସନ୍‍ରାଇଜର୍ସ ହାଇଦରାବାଦ୍‍  ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରିବାକୁ ଯାଉଛି। Toss News – #SRH have won the toss and they will bowl first against #KKR at Chennai. Live – https://t.co/yqAwBPCpkb […]

ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ସନ୍‍ରାଇଜର୍ସ ହାଇଦରାବାଦ୍‍  ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରିବାକୁ ଯାଉଛି।

ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ କରିବେ। ଏଥିଲାଗି ଉଭୟ ଦଳ ମଧ୍ୟ ଭଲ ପ୍ରସ୍ତୁତି କରିଛନ୍ତି ଓ ପଡ଼ିଆରେ ସେମାନଙ୍କ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଭୟ ଦଳର ନେତୃତ୍ୱ ବିଦେଶୀ ଖେଳାଳିଙ୍କ ହାତରେ ରହିଛି। କଲକାତାର ନେତୃତ୍ୱ ବିଶ୍ୱବିଜୟୀ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନଙ୍କ ହାତରେ ରହିଛି। ଜଣେ ବିଚକ୍ଷଣ ଅଧିନାୟକ ଓ ଧୂଆଁଧାର ବ୍ୟାଟ୍ସମ୍ୟାନ୍‍ ଭାବେ ସେ ବେଶ ଜଣାଶୁଣା।

ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‍ ଭାବେ ନିଜ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ହାଇଦରାବାଦ୍‍ର ନେତୃତ୍ୱ ନେଇ ଏହି ଦଳକୁ ଚାମ୍ପିଅନ୍‍ କରାଇଥିଲେ। ମୋର୍ଗାନଙ୍କ ଅପେକ୍ଷା ନିଜ ଟିମ୍‍ର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ତାଙ୍କର ବେଶ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟର ଏହି ଦୁଇ ବିରଳ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ହେବାକୁ ଥିବା ଆଇପିଏଲ ମୁକାବିଲା ଚେନ୍ନଇର ସ୍ଲୋ ଓ ଟର୍ଣ୍ଣିଂ ପିଚ୍‍ରେ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

About The Author: The Sakala