ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଧିନାୟକ ଦାୟିତ୍ବ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆୟରଲାଣ୍ଡ ଗସ୍ତ ପାଇଁ  ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିପାଇଁ ୧୭ ଜଣଙ୍କ ନାଁ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ଭୁବନେଶ୍ଵର କୁମାରଙ୍କୁ ଦଳର ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଏହି ସିରିଜରେ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳକୁ ସୂର୍ୟ୍ୟକୁମାର ଯାଦବଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆୟରଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଘରୋଇ ଦଳ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ୍ ଖେଳିବ। ଏହି […]

ନୂଆଦିଲ୍ଲୀ: ଆୟରଲାଣ୍ଡ ଗସ୍ତ ପାଇଁ  ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିପାଇଁ ୧୭ ଜଣଙ୍କ ନାଁ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ଭୁବନେଶ୍ଵର କୁମାରଙ୍କୁ ଦଳର ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଏହି ସିରିଜରେ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳକୁ ସୂର୍ୟ୍ୟକୁମାର ଯାଦବଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆୟରଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଘରୋଇ ଦଳ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଜୁନ ୨୬ ଏବଂ ଜୁନ ୨୮ରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ରାତି ୯ଟାରେ ଖେଳାଯିବ।


ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଭୁବନେଶ୍ଵର କୁମାର(ଉପ ଅଧିନାୟକ), ଇଶାନ କିଷନ, ଋତୁରାଜ ଗାଏକଓ୍ଵାଡ, ସଞ୍ଜୁ ସାମସନ, ସୂର୍ଯ୍ଯକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ହର୍ଷଲ ପଟେଲ୍, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ।

About The Author: The Sakala