ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ହରାଇ ପ୍ରଥମଥର ଜୁନିଅର ମହିଳା ଏସିଆ କପ୍ ହକି ଟାଇଟଲ ଜିତିଲା ଭାରତ

ଟୋକିଓ: ପ୍ରଥମ ଥର ପାଇଁ ଏସିଆ କପ୍ ଜୁନିଅର ମହିଳା ହକିରେ ଚାମ୍ପିଅନ ହୋଇଛି ଭାରତ । ଫାଇନାଲରେ ଭାରତ ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଟାଇଟଲ ହାସଲ କରିଛି। ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହି ଚାମ୍ପିଅନ ହୋଇଛି ଭାରତ । ଜାପାନର କାକାମିଗହାରା ସହରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ପ୍ରଥମ ହାଫରେ ବରାବର ସ୍ଥିତିରେ ଥିଲେ । ଉଭୟ ଟିମ୍ ପ୍ରଥମ ହାଫରେ […]

ଟୋକିଓ: ପ୍ରଥମ ଥର ପାଇଁ ଏସିଆ କପ୍ ଜୁନିଅର ମହିଳା ହକିରେ ଚାମ୍ପିଅନ ହୋଇଛି ଭାରତ । ଫାଇନାଲରେ ଭାରତ ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଟାଇଟଲ ହାସଲ କରିଛି। ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହି ଚାମ୍ପିଅନ ହୋଇଛି ଭାରତ ।

ଜାପାନର କାକାମିଗହାରା ସହରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ପ୍ରଥମ ହାଫରେ ବରାବର ସ୍ଥିତିରେ ଥିଲେ । ଉଭୟ ଟିମ୍ ପ୍ରଥମ ହାଫରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଭାରତ ପାଇଁ ପ୍ରଥମ ଗୋଲ୍ ଅନ୍ନୁ (୨୨ ମିନିଟ) ଏବଂ ଦ୍ୱିତୀୟ ଗୋଲ (୪୧ମିନିଟ) କରିଥିଲେ ।

ସେମିଫାଇନାଲରେ ଭାରତ, ଜାପାନକୁ ହରାଇ ଏ ବର୍ଷ ଶେଷ ଆଡକୁ ଚିଲିର ସାଣ୍ଟିଆଗୋରେ ହେବାକୁ ଥିବା ଜୁନିଅର ବିଶ୍ୱକପ ହକି ପାଇଁ ଯୋଗ୍ୟତା ହାସଲ କରିଥିଲା । ଭାରତୀୟ ଦଳର ଏହି ଐତିହାସିକ ସଫଳତା ପାଇଁ ହକି ଇଣ୍ଡିଆ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ଘୋଷଣା କରିଛି । ଦଳର ସପୋର୍ଟ ଷ୍ଟାଫ୍ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇବେ । କିଛି ଦିନ ତଳେ ଭାରତୀୟ ଜୁନିଅର ପୁରୁଷ ଦଳ ମଧ୍ୟ ଏସିଆ କପ୍ ଚାମ୍ପିଅନ ହୋଇଥିଲା ।

About The Author: The Sakala