ଟିକା ଅଭାବରୁ ଦିଲ୍ଲୀରେ ବନ୍ଦ ହେଲା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଟିକା ଅଭାବରୁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ କରୋନା ଟିକାକରଣ କେନ୍ଦ୍ର ବନ୍ଦ ରହିଛି ଏବଂ ଅଧିକ ଟିକା ପ୍ରଦାନ କରିବାକୁ ସେ କେନ୍ଦ୍ରକୁ ନିବେଦନ କରିଛନ୍ତି।
ଦିଲ୍ଲୀରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଟିକା ନାହିଁ । ଦିଲ୍ଲୀର ଯୁବବର୍ଗଙ୍କୁ ଟିକା ଦେବା ପାଇଁ ମାସକୁ ୮୦ ଲକ୍ଷ ଡୋଜ ଆବଶ୍ୟକ। କିନ୍ତୁ ମେ ମାସରେ ଏହା କେବଳ ୧୬ ଲକ୍ଷ ଡୋଜ ଥିଲା ବୋଲି କେଜ୍ରିୱାଲ କହିଛନ୍ତି। ତେଣୁ ରବିବାର ଠାରୁ ଦିଲ୍ଲୀର ଯୁବବର୍ଗଙ୍କ ପାଇଁ ସମସ୍ତ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।